
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ ଅବସରରେ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ତନ୍ମଧ୍ୟରୁ ସମସ୍ତ ଙ୍କ ସାଥିରେ ଏକ ଘଂଟା ଏକ ଦିନ ଶ୍ରମ ଦାନ କରିବା ପାଇଁ ଆହ୍ୱାନ ଦିଆ ଯାଇଛି।ସ୍ୱଛ ଭାରତ ବ୍ଲକ ସଂଯୋଜକ ଉଦୟନାଥ ବେଜଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଡିଓ ଦେବଦତ ଦାଶ ଉପସ୍ଥିତ ରହି କର୍ମଚାରୀ ମାନେ ସ୍ୱେଛାକୃତ ଭାବେ ଶ୍ରମ ଦାନ କରିବା ପାଇଁ ପରାମର୍ଶ। ବ୍ଲକ ପ୍ରଶାସନ ର ସମସ୍ତ ଅଧିକାରୀ ଓ କର୍ମଚାରୀଗଣ କିଛି ସମୟ ପାଇଁ କାର୍ଯ୍ୟାଳୟ ପରିସର ସଫେଇ କରିଥିଲେ। ଏହାଛଡା ବ୍ଲକକୁ ଆସିଥିବା ଜନସାଧାରଣ ମାନଙ୍କୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ବାବଦରେ ବିଭିନ୍ନ ପରାମର୍ଶ ଦେଇଥିଲେ। ଗାଁ ଶାହି ପଡ଼ିଶାରେ ସ୍ୱଚ୍ଛତା ବଜାୟ ରଖିବାକୁ କୁହା ଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ହୃଦାନନ୍ଦ ଜେନା,ଜିପିଓ ବିଳାସିନୀ ସେନାପତି, ପଦ୍ମନାଭ ରାଉତ,ଅଶୋକ ରାଉତ,ସାମାଜିକ ସୁରକ୍ଷା ଅଧିକାରୀଣି ସାନ୍ତ୍ୱନା ଦାସ, ଯୋଗାଣ ସହାୟକ ପ୍ରଣୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ