
ସମ୍ବଲପୁର, ୦୫, ଅକ୍ଟୋବର (ହି.ସ.) ଭାରତ ବିକାଶ ପରିଷଦ, ସମ୍ବଲପୁର ଶାଖା ପକ୍ଷରୁ ଧନୁପାଲିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ରେ ଧନୁପାଲି ସରସ୍ୱତୀ ଶିଶୁ ମନ୍ଦିର ପ୍ରଥମ ଏବଂ ବୈଦିକ ଇଂଟରନ୍ୟାସନାଲ ସ୍କୁଲ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ଶାଖା ସଭାପତି ହେମନ୍ତ କୁମାର ପ୍ରଧାନ ସ୍ୱାଗତ ସମ୍ଭାଷଣ ଦେଇ କହିଥିଲେ ଯେ, ଭାରତ ବିକାଶ ପରିଷଦ ପକ୍ଷରୁ ଭବିଷ୍ୟତର ନାଗରିକମାନଙ୍କ ମନରେ ଦେଶପ୍ରେମ ଓ ନୈତିକ ମୂଲ୍ୟବୋଧର ବିକାଶ ପାଇଁ ନିରନ୍ତର ପ୍ରୟାସ କରାଯାଉଛି । ଶିକ୍ଷାବିତ ଡ. ଦେବେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଏବଂ ଭାରତ ବିକାଶ ପରିଷଦ, ପଶ୍ଚିମ ପ୍ରାନ୍ତର ସଭାପତି ଗୋବିନ୍ଦ ଚନ୍ଦ୍ର ପଣ୍ଡା ପର୍ଯ୍ୟବେକ୍ଷକ ଭାବରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ମୋତିଲାଲ ଦୋରା, ତ୍ରିଲୋଚନ ତ୍ରିପାଠୀ ଏବଂ ସନ୍ତୋଷ କୁମାର ମିଶ୍ର ବିଚାରଣା କରିଥିଲେ।
କାର୍ଯ୍ୟକ୍ରମକୁ ପରିଷଦର ସଦସ୍ୟ ମକରଧ୍ୱଜ ଯୋଶୀ, ନରେନ୍ଦ୍ର କୁମାର ବେହେରା, ପ୍ରଫୁଲ୍ଲ କୁମାର ଭୋଇ, ଶେଷଦେବ ପାଣିଗ୍ରାହୀ, ସୁକାନ୍ତ କୁମାର ଗଡ଼ନାୟକ, ଶାଖା ସଚିବ ସରୋଜ କୁମାର ମିଶ୍ର ପରିଚାଳନା କରିଥିଲେ ।
------------------
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ