ନିଶାମୁକ୍ତ ପଂଚାୟତ ଗଠନ ପାଇଁ ଅଂଟା ଭିଡିଛନ୍ତି ମହିଳା
ଜୟପୁର, ୦୫ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲାରେ ଏବେ ଜର ଧରିଛି ମଦ ବିରୋଧୀ ଆନ୍ଦୋଳନ। ନିଜ ନିଜ ପଂଚାୟତ କୁ ନିଶାମୁକ୍ତ ପଂଚାୟତ ଗଠନ କରିବା ପାଇଁ ଅଂଟା ଭିଡିଛନ୍ତି ମହିଳା। କେତେବେଳେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ଏକଜୁଟ ହୋଇ ଥାନା ଘେରାଉ କରୁଛନ୍ତି ତ କେତେବେଳେ ମଦ ଗାଡ଼ିକୁ ଗୋଡ଼ାଇ ଗୋଡ଼
ନିଶାମୁକ୍ତ ପଞ୍ଚାୟତ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି ମହିଳା


ଜୟପୁର, ୦୫ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲାରେ ଏବେ ଜର ଧରିଛି ମଦ ବିରୋଧୀ ଆନ୍ଦୋଳନ। ନିଜ ନିଜ ପଂଚାୟତ କୁ ନିଶାମୁକ୍ତ ପଂଚାୟତ ଗଠନ କରିବା ପାଇଁ ଅଂଟା ଭିଡିଛନ୍ତି ମହିଳା। କେତେବେଳେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ଏକଜୁଟ ହୋଇ ଥାନା ଘେରାଉ କରୁଛନ୍ତି ତ କେତେବେଳେ ମଦ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରି ଥାନାରେ ଅଟକ ରଖୁଛନ୍ତି।ସେହିପରି ଆଜି ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଂଚାୟତ ରେ ଶହ ଶହ ମହିଳା ମାନେ ଏକଜୁଟ ହୋଇ ଡେଙ୍ଗପଦର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହାତରେ ଲାଠି ଧରି ମଦ ବିକ୍ରିକୁ ବିରୋଧ କରି ମଦ ନିଶାମୁକ୍ତ ପଂଚାୟତ ଗଠନ କରିବା ପାଇଁ ଶପଥ ନେଇଥିଲେ।ସମସ୍ତ ମହିଳା ମାନେ ମାଆ ଭଉଣୀଙ୍କ ହାତରେ ଉଠିବ ଲାଠି ଯଦି ବନ୍ଦ ନହେବ ମଦ ଭାଟି'ସ୍ଲୋଗାନ ଦେଇ ପଂଚାୟତ ସାରା ଏକ ବିରାଟ ରାଲିରେ ବାହାରିଥିଲେ।ଯଦି ଆଗାମୀ ଦିନରେ ମଦ ବିକ୍ରି ବନ୍ଦ ନହୁଏ ତେବେ ଆନ୍ଦୋଳନ ତୀବ୍ରତର ହେବ ରାଜ ରାସ୍ତା କୁ ଅଲ୍ଲାଇବେ ଚକଅଖ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି।ଏ ମଦ ମୁକ୍ତ ପଂଚାୟତ ଗଠନ ଆନ୍ଦୋଳନ ରେ କିଛି ପୁରୁଷ ମଧ୍ୟ ସହଯୋଗ କରିଥିଲେ ହରି ଅନକା,ଲିମୁ ଚରଣ ସୀସା ଏବଂ ବିଶ୍ୱନାଥ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ। ଡେଙ୍ଗପଦର ସରପଂଚ ପ୍ରଭାବତୀ ପାଇକ ଏହି ମଦମୁକ୍ତ ଆନ୍ଦୋଳନ ପଦକ୍ଷେପକୁ ସ୍ୱାଗତ କରି ନିଜେ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande