ଓଡ଼ିଶା ବନ୍ଦକୁ ସଫଳ କରିବାକୁ ବ୍ୟାପକ ପ୍ରସ୍ତୁତି, ବନ୍ଦର ଐତିହାସିକ ସଫଳତା ହେବ ବିଜେପିର ୱାଟର-ଲୁ - ଜିଆଉଲ ହକ୍
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱ ଓ ଜିଲ୍ଲା ପ୍ରଭାରୀ ତଥା ପ୍ରଦେଶ କଂଗ୍ରେସ କମିଟିର ଉପ ସଭାପତି ଜିଆଉଲ ହକ୍ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ସହ ପ୍ରଭାରୀ ପିସିସି ସାଧାରଣ
CONGRESS ODISHA BANDH PRASTUTI BAITHAK


ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱ ଓ ଜିଲ୍ଲା ପ୍ରଭାରୀ ତଥା ପ୍ରଦେଶ କଂଗ୍ରେସ କମିଟିର ଉପ ସଭାପତି ଜିଆଉଲ ହକ୍ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ସହ ପ୍ରଭାରୀ ପିସିସି ସାଧାରଣ ସଂପାଦକ କୋ ଇନଚାର୍ଜ ମାନସ ଆଚାର୍ଯ୍ୟ, ସଂପାଦକ ମହେନ୍ଦ୍ର ଦାସ, ଶୁଭଶ୍ରୀ ବେହେରାଙ୍କ ଉପସ୍ଥିତିରେ ହୋଇଯାଇଛି। ବୈଠକରେ ଏମ,ମଡିଆର ବିଲ ପ୍ରତ୍ୟାହାର, ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରକାଶନ ନିମନ୍ତେ ଉତରଦାୟୀ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦଙ୍କ ଇସ୍ତଫା, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା, ବନ୍ୟା ବିପନ୍ନଙ୍କୁ ତ୍ୱରିତ ସହାୟତା ପରି ୪ଦଫା ଦାବି ନେଇ ଦିଆଯାଇଥିବା ଅକ୍ଟୋବର ମାସ ୮ ତାରିଖ ସଡ଼ିଶା ବନ୍ଦକୁ ସଫଳ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲାର ସମସ୍ତ ବ୍ଳକ ସଭାପତି, ନଗର ସଭାପତି, ଜିଲ୍ଲା କଂଗ୍ରେସର ସମସ୍ତ ଛାମୁଆ ସଂଗଠନ ନେତୃମଣ୍ଡଳୀ, ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ। ପ୍ରଭାରୀ ଶ୍ରୀ ହକ୍ ବର୍ତମାନ ଚାଲିଥିବା ବିଜେପି ସରକାରର ଅସଲ ମୁଖା ଖୋଲିବାକୁ ସମସ୍ତ କର୍ମୀ ଓ ନେତୃମଣ୍ଡଳୀଙ୍କୁ ଆହ୍ୱାନ ଦେବା ସହ ବନ୍ଦ ଦିନ ଚକ, ଅଖ, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ଦୋକାନ ବଜାର ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ। ଉକ୍ତ ବନ୍ଦର ଐତିହାସିକ ସଫଳତା ବିଜେପି ସରକାରର ପତନ ପାଇଁ ସତର୍କ ଗତି ହେବ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ। ଏହା ବାଦ ଇଣ୍ଡି ମେଂଟର ସମସ୍ତ କର୍ମକର୍ତାଙ୍କ ସହ ସମନ୍ୱୟ ରଖି ବନ୍ଦକୁ ସଫଳ କରିବାକୁ ନିବେଦନ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ ସମସ୍ତ ବ୍ଲକ ଓ ନଗର ସଭାପତି ସମସ୍ତ କର୍ମକର୍ତାଙ୍କ ମଧ୍ୟରେ ସମନ୍ୱୟ ଆଣିବା ସହ ନିଜ ଅଂଚଳରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ଉକ୍ତ ବୈଠକରେ କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ସିପିଏମ ନେତା ବିକାଶ ନାଥ, ସିପିଆଇ ଏମଏଲ ଜିଲ୍ଲା ସଂଯୋଜକ ସମର ବଳ, କଂଗ୍ର୍ରେସ ନେତା ପଂଚାନନ ମଣ୍ଡଳ, ପିତବାସ ଧଳ, ପ୍ରଦ୍ୟୁମ୍ନ କୁମାର ଦାସ, ରାଜେନ୍ଦ୍ର ପ୍ରସାଦ ଯେନା, ବଳରାମ ରାଉତ, ବିଜୟ ବାରିକ, ରାଜକିଶୋର ପଣ୍ଡା, ସରୋଜ ରାଉଳ, ରଜନୀକାନ୍ତ ଚାନ୍ଦ, ବରତ ତ୍ରିପାଠୀ, ସରୋଜ ଦାସ, ସରୋଜ ନାୟକ, ଅରବିନ୍ଦ ନାୟକ, ଫରିଆଦ ଖାନ, ସୁଭାଶିଶ ମଲ୍ଲିକ, ଗୟାଧର ସେଠୀ, ବିଦ୍ୟାଧର ଜେନା, ଦେବବ୍ରତ ମହାନ୍ତି, ରମେଶ ଚନ୍ଦ୍ର ବେହେରା, ହୃହାନନ୍ଦ ସେଠୀ, ଗରେଶ ମଲ୍ଲିକ, ଏନାମୁଲ ହକ୍ ପ୍ରମୁଖ ଉପସ୍ଥିତ ରହି ବନ୍ଦକୁ ସଫଳ କରିବାକୁ ବଜ୍ର ଶପଥ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande