ଧାମରା ସବୁଜ ବାହିନୀଙ୍କ ଦ୍ୱାରା ୧୨ଶହ ତାଳ ମଞ୍ଜି ରୋପଣ
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମରା ସବୁଜ ବାହିନୀ ଦ୍ୱାରା ୧୨ଶହ ତାଳ ମଞ୍ଜି ରୋପଣ କରାଯାଇଛି। ବର୍ଷର ବିଭିନ୍ନ ସମୟରେ ବଜ୍ରପାତରେ ବହୁ ଲୋକ ମୃତ୍ୟୁ ବରଣ କରୁଥିବା ବେଳେ ଏହି ବଜ୍ରପାତ ଆଘାତରୁ ରକ୍ଷା ପାଇବା ପାଇଁ ତାଳ ଗଛ ହିଁ ଏକ ମାତ୍ର ସାହାରା। ସରକାରଙ୍କ ନିର୍ଦେଶରେ ତାଳ ମଞ୍ଜି
DHAMARA SABUJA BAHINI


ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମରା ସବୁଜ ବାହିନୀ ଦ୍ୱାରା ୧୨ଶହ ତାଳ ମଞ୍ଜି ରୋପଣ କରାଯାଇଛି। ବର୍ଷର ବିଭିନ୍ନ ସମୟରେ ବଜ୍ରପାତରେ ବହୁ ଲୋକ ମୃତ୍ୟୁ ବରଣ କରୁଥିବା ବେଳେ ଏହି ବଜ୍ରପାତ ଆଘାତରୁ ରକ୍ଷା ପାଇବା ପାଇଁ ତାଳ ଗଛ ହିଁ ଏକ ମାତ୍ର ସାହାରା। ସରକାରଙ୍କ ନିର୍ଦେଶରେ ତାଳ ମଞ୍ଜି ରୋପଣ ପାଇଁ ନିଷ୍ପତି ନିଆଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଧାମରା ସବୁଜ ବାହିନୀ ଚାନ୍ଦବାଲି ଅଂଚଳରେ ବ୍ୟାପକ ତାଳ ମଞ୍ଜି ରୋପଣ କାର୍ଯ୍ୟ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଧାମରା ସବୁଜ ବାହିନୀ ହବାଳିଘାଟ ଠାରୁ ଧାମରାଇ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ୨ କି.ମି ନଦୀ ବନ୍ଧ ରାସ୍ତାରେ ୧୨ଶହ ତାଳ ମଞ୍ଜି ରୋପଣ କରିଛି। ଦୀର୍ଘ ଏକ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ଧାମରା ସବୁଜ ବାହିନୀର ଆବାହକ ତଥା ପ୍ରକୃତି ମିତ୍ର ଶରତ ଦଳେଇଙ୍କ ପ୍ରଚେଷ୍ଟାରେ ବିଜୟ ସାହୁ, ସୁକଦେବ ଜେନା, ମାନସ ଜେନା, ମାୟାଧର ପରିଡା, ଅଙ୍କୁରା ମାଝୀ, ଅଲେଖ ମାଝୀ, ସତ୍ୟବ୍ରତ ବାରିକ, ଶଙ୍କର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande