
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମରା ବନ୍ଦର କମ୍ପାନୀର ସିଏସଆର ଫଣ୍ଡରୁ ୧୦ଲକ୍ଷ ବ୍ୟୟ ଅଟକଳରେ ଧାମରାଇ ମନ୍ଦିର ପଡିଆରେ ଏକ ହାଇମାଷ୍ଟ ଷ୍ଟାଣ୍ଡ ନିର୍ମାଣ ହେବା ସହ ଲାଇଟ ମଧ୍ୟ ଲଗାଗଲା। ମାତ୍ର ଦୀର୍ଘ ୯ମାସ ବିତିଯାଇଥିଲେ ମଧ୍ୟ ରାଜନୀତିର ପଶାପାଲିରେ ଏହାକୁ ବିଦ୍ୟୁତ ସଂଯୋଗୀ କରଣ ହୋଇ ପାରି ନାହିଁ। ପ୍ରାପ୍ତ ଖବରରୁ ଜଣାଯାଇଛି ଜାନୁଆରୀ -୨୦୨୬ରେ ଧାମରା ବନ୍ଦର କର୍ତୁପକ୍ଷ (ଆଦାନୀ)ଏହାକୁ ନିର୍ମାଣ କରିଥିଲା ଏବଂ ଜାନୁଆରୀ ମାସରେ ଥିବା ଗଣପର୍ବ ମକରସଂକ୍ରାନ୍ତି ସମୟରେ ଏହାକୁ ଅସ୍ଥାୟୀ ଭାବେ ବିଦ୍ୟୁତ ସଂଯୋଗୀ କରଣ କରାଯାଇଥିଲା। ମାତ୍ର ଜାନୁଆରୀ ୨୫ତାରିଖରେ ଏହି ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିଲା। ଦୀର୍ଘ ୯ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଲାଇଟ ପୋଷ୍ଟକୁ ବିଦ୍ୟୁତ ସଂଯୋଗୀ କରଣ କରାଯାଇ ପାରିନାହିଁ। ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ନିଜ ବିଧାୟକଙ୍କ ହାତ ପାଣ୍ଠିରୁ ଏହି କାର୍ଯ୍ୟ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି ଏବଂ ଚାନ୍ଦବାଲି ବିଧାୟକ ଏହି ଲାଇଟ ପୋଷ୍ଠକୁ ବିଦ୍ୟୁତ ସଂଯୋଗୀ କରଣ କରିବେ ବୋଲି ଦୃଢ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ