
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବଜାର ସ୍ଥିତ ସ୍ୱର୍ପୁରାତନ’ ବାସନ୍ତୀ ଦୁର୍ଗା ମନ୍ଦିରର ଜମିଜମା, ମନ୍ଦିର ସମ୍ପତି ଓ ମାର୍କେଟ କମ୍ପେ୍ଲକ୍ସ ପରିଚାଳନାକୁ ନେଇ ସାମୟିକ ବିବାଦ ଦେଖାଦେଇଛି। ବିବାଦ ନେଇ ମାମଲା କୋର୍ଟରେ ଥିବା ବେଳେ ସୋମବାର ଟ୍ରଷ୍ଟ ପକ୍ଷରୁ ମନ୍ଦିର ପରିସରରେ ସାମ୍ବାଦିକ ସମ୍ମିଳନୀ କରାଯାଇ ନିଜ ପକ୍ଷ ରଖାଯାଇଛି।ଏଥିରେ ସମାଜ ସେବି ଭାସ୍କର ସାମଲ ସଭାପତିତ୍ୱ କରିଥିଲେ।ଟ୍ରଷ୍ଟ ପକ୍ଷର କହିବା ଅନୁଯାୟୀ, ମା’ ବାସନ୍ତୀ ଦୁର୍ଗାଙ୍କ ନାମରେ ଥିବା ଜମି ଓ ମାର୍କେଟ କମ୍ପେ୍ଲକ୍ସ ଦୀର୍ଘଦିନ ଧରି ଅବ୍ୟବସ୍ଥିତ ଅବସ୍ଥାରେ ଥିଲା। ମନ୍ଦିରର ପୁନରୁଦ୍ଧାର, ସମ୍ପତିର ସୁପରିଚାଳନା ଓ ଉନ୍ନତି ପାଇଁ ୨୦୨୪ରେ ଟ୍ରଷ୍ଟ ଗଠନ କରାଯାଇଥିଲା। ଏହା ପରେ ମନ୍ଦିର ଓ ଏହାର ସମ୍ପତିର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟ ଆରମ୍ଭ ହୋଇଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏଥିପାଇଁ ସରକାରୀ ସ୍ତରରେ ମଧ୍ୟ ଅର୍ଥ ବ୍ୟୟବରାଦ ହୋଇଥିବା ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଜଣେ ବ୍ୟକ୍ତି ନିଜକୁ ମା’ ବାସନ୍ତୀ ଦୁର୍ଗାଙ୍କ ମାର୍ଫତଦାର ବୋଲି ଦାବି କରି ଟ୍ରଷ୍ଟ ର କାର୍ଯ୍ୟକୁ ବିରୋଧ କରୁଥିବା ଟ୍ରଷ୍ଟ ପକ୍ଷରୁ ଅଭିଯୋଗ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ପକ୍ଷରୁ ଅପର ପକ୍ଷର ଦାବିକୁ ଭିତିହୀନ ବୋଲି କୁହାଯିବା ସହ ମନ୍ଦିରର ଉନ୍ନତି କାର୍ଯ୍ୟକୁ ଜାଣିଶୁଣି ବିରୋଧ କରାଯାଉଥିବା ଅଭିଯୋଗ ହୋଇଥିଲା। ମନ୍ଦିରର ଜମିଜମା ଓ ସମ୍ପତିର ପରିଚାଳନା ଅଧିକାର ଟ୍ରଷ୍ଟ ନିକଟରେ ରହିଥିବା ଏବଂ କୋର୍ଟରେ ମଧ୍ୟ ଟ୍ରଷ୍ଟ ସପକ୍ଷରେ ରାୟ ମିଳିଥିବା ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି।ତେବେ ଏହାର ପ୍ରକୃତ ଅଧିକାର ଓ ପରିଚାଳନା ଟ୍ରଷ୍ଟ ପାଖରେ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ସଭାପତି କୈଳାଶ ମହାପାତ୍ର, ସମ୍ପାଦକ ନାରାୟଣ ମହାପାତ୍ରଙ୍କ ସମେତ ବରିଷ୍ଟ ନାଗରୀକ ପରିଷଦ ର ସଭାପତି ଅନୀଲ ବାରିକ, ଭାସ୍କର ସାମଲ, ନାରାୟଣ ରାଉତ, ରାମଚନ୍ଦ୍ର ଜେନା, ଅଜିତ ଦାଶ, ସରୋଜ ମହାପାତ୍ର, ସିରିୟା ମହାପାତ୍ର, ପର୍ଶୁରାମ ମହାପାତ୍ର ଉପସ୍ଥିତ ରହି ନିଜର ମତ ରଖିଥିଲେ ତେବେ ଏ ଠାରେ ମା ଙ୍କ ପୀଠରେ ତାରିଣୀ,ସନିଦେବ,ମହାଦେବ, ଜଗନ୍ନାଥ ମନ୍ଦିର ରହିଛି ସମସ୍ତ ଙ୍କ ସହଯୋଗରେ ଉନ୍ନୟନ କାର୍ଯ୍ୟ କୁ ଆଗକୁ ନେବାକୁ ନିବେଦନ କରିଥିଲେ। କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ