୧୮ ଶ୍ରମିକ ଓ ୮ ଶିଶୁ ଉଦ୍ଧାର ଘଟଣା , ଦାଦନ ସର୍ଦ୍ଦାରଙ୍କୁ କୋର୍ଟ ଚାଲାଣ
ନୂଆପଡ଼ା,୫ ଅକ୍ଟୋବର (ହି.ସ.) - ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ ଜଣେ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ ହିତେଶ କୁମାର ବୋଲି ଜଣାପଡ଼ିଛି। ସେ ଖଡ଼ିଆଳ ଗାନ୍ଧୀନଗରର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛ
Dadan dalal giraf o court chalan


ନୂଆପଡ଼ା,୫ ଅକ୍ଟୋବର (ହି.ସ.) - ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ ଜଣେ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ ହିତେଶ କୁମାର ବୋଲି ଜଣାପଡ଼ିଛି। ସେ ଖଡ଼ିଆଳ ଗାନ୍ଧୀନଗରର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୩ ତାରିଖରେ ଖଡ଼ିଆଳ ଥାନା ଅନ୍ତର୍ଗତ ଚନାବେଡ଼ା ପଞ୍ଚାୟତର ବରପଦର ଗ୍ରାମର ୭ ଜଣ ମହିଳା, ୧୧ ଜଣ ପୁରୁଷଙ୍କ ସମେତ ୧୮ ଜଣ ଶ୍ରମିକ ଓ ୮ ଜଣ ଶିଶୁଙ୍କୁ ହିତେଶ ଖଡ଼ିଆଳ ବସଷ୍ଟାଣ୍ଡରୁ ବସ୍ ଯୋଗେ କଣ୍ଟାବାଞ୍ଜି ପଠାଇଥିଲେ। ସେଠାରୁ ସମସ୍ତଙ୍କୁ ଆନ୍ଧ୍ରପ୍ରଦେଶକୁ ଦାଦନ ଶ୍ରମିକ ଭାବେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଖଡ଼ିଆଳ ପୁଲିସ ବସଷ୍ଟାଣ୍ଡରେ ଚଢ଼ାଉ କରି ୧୮ ଜଣ ଶ୍ରମିକ ଓ ୮ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା। ପରେ ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା। ଘଟଣାର ତଦନ୍ତ ପରେ ପୁଲିସ ୩୬୮/୨୦୨୬ ମାମଲା ରୁଜୁ କରି ଦାଦନ ସର୍ଦ୍ଦାର ହିତେଶ କୁମାରଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ହିତେଶ କୁମାର ପୂର୍ବରୁ ମଧ୍ୟ ଦାଦନ ଶ୍ରମିକ ଚାଲାଣ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ବୋଲି ଖଡ଼ିଆଳ ଥାନା ଅଧିକାରୀ ସୁମନ୍ତ ନାଏକ ଏହି ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande