
ଗଞାମ, ୦୫ ଅକ୍ଟୋବର (ହି.ସ.) - ଭେଙ୍କଟରାଇପୁରରେ ୨୦ ବର୍ଷୀୟ କଲେଜ ଛାତ୍ରୀଙ୍କୁ ପିଛା କରି ଆଜି ସକାଳେ ଘର ପଛପଟେ ପଶିଯାଇଥିଲା। ଝିଅ ଚିତ୍କାର କରିବାରୁ ପଳାଇଲା, ପରେ ପଚାରିବାକୁ ଯାଇଥିବା ପରିବାରକୁ ବାଡି ଧରି ଗାଳିଗୁଲଜ ଓ ଧମକ ଦେଇଥିଲା।
ମା' କେ ଲକ୍ଷ୍ମୀଙ୍କ ଅଭିଯୋଗକ୍ରମେ ଗୋପାଳପୁର ଥାନାରେ କେସ ରୁଜୁ ହୋଇଛି। ଅଭିଯୁକ୍ତ ରାଜୁ ନାୟକ (୩୦), ଭେଙ୍କଟରାଇପୁରକୁ ଗିରଫ କରି କରିକୋର୍ଟ ଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ