୭ରେ ଯୁଗଶ୍ରୀ ଯୁଗନାରୀର ଶାରଦୀୟ ସାରସ୍ୱତ ସମାରୋହ
ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) - ଆସନ୍ତା ଅକ୍ଟୋବର ୭ ତାରିଖ ବୁଧବାର ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଓଡ଼ିଶାର ପୁରାତନ ମହିଳା ସାହିତ୍ୟ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ଶାରଦୀୟ ବିଶେଷାଙ୍କର ଲୋକାର୍ପଣ ତଥା ସାରସ୍ୱତ ସମାରୋହ-୨୦୨୬ ଅନୁଷ୍ଠିତ ହେବ। ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥ
୭ରେ ଯୁଗଶ୍ରୀ ଯୁଗନାରୀର ଶାରଦୀୟ ସାରସ୍ୱତ ସମାରୋହ


ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) - ଆସନ୍ତା ଅକ୍ଟୋବର ୭ ତାରିଖ ବୁଧବାର ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଓଡ଼ିଶାର ପୁରାତନ ମହିଳା ସାହିତ୍ୟ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ଶାରଦୀୟ ବିଶେଷାଙ୍କର ଲୋକାର୍ପଣ ତଥା ସାରସ୍ୱତ ସମାରୋହ-୨୦୨୬ ଅନୁଷ୍ଠିତ ହେବ। ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ମୁଖ୍ୟବକ୍ତା ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ସୁସାହିତ୍ୟିକା ଶ୍ରୀମତୀ ବନଜ ଦେବୀ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶାର ପ୍ରାକ୍ତନ ପ୍ରମୁଖ ମୁଖ୍ୟ ଆୟକର କମିଶନର ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିବେ। ଯୁଗଶ୍ରୀ ଯୁଗନାରୀର ସମ୍ପାଦିକା ଶ୍ରୀମତୀ ମମତା ମହାପାତ୍ର ଏହି ସମାରୋହରେ ସଭାପତିତ୍ୱ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande