ସୁନାବେଡ଼ା ମେଗା ଡ୍ରାଇଭ: ଢେକୁନପାନି ଗ୍ରାମରେ ନାଲସା ଦ୍ୱାରା ପରିଚାଳିତ ବିଭିନ୍ନ ଆଇନ ସହାୟତା ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର
ନୂଆପଡ଼ା,୫ ଅକ୍ଟୋବର (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଚାଲୁଥିବା ମେଗା ଡ୍ରାଇଭ୍ ଅନ୍ତର୍ଗତ ସୁନାବେଡା ଗ୍ରାମ ପଂଚାୟତର ଢେକୁନପାନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନାଲସା ଦ୍ୱାରା ପରିଚାଳିତ ବିଭିନ୍ନ ଆଇନ ସହାୟତା ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ
Megha drive at sunabeda


ନୂଆପଡ଼ା,୫ ଅକ୍ଟୋବର (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଚାଲୁଥିବା ମେଗା ଡ୍ରାଇଭ୍ ଅନ୍ତର୍ଗତ ସୁନାବେଡା ଗ୍ରାମ ପଂଚାୟତର ଢେକୁନପାନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନାଲସା ଦ୍ୱାରା ପରିଚାଳିତ ବିଭିନ୍ନ ଆଇନ ସହାୟତା ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟ ପ୍ରକାଶ ମାଝୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ମାଝୀ ଅନ୍ୟ ଶିକ୍ଷକ ଏବଂ ପ୍ରାଧିକରଣର ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ଶିଶୁ ଏବଂ ଶିଶୁମାନଙ୍କର ନିଶୁଳ୍କ ଶିକ୍ଷା ଲାଭ କରିବାର ଆଇନଗତ ଅଧିକାର ଆଇନ ସେବା ପ୍ରାଧିକରଣ (ନାଲସା) ଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା ସମ୍ବାଦ ଯୋଜନା, ଅଣସଂଗଠିତ ଶ୍ରମିକ ମାନଙ୍କ ପାଇଁ ଯୋଜନା ଇତ୍ୟାଦି ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande