ସୁବର୍ଣ୍ଣପୁରରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ, ମୌଳିକ ସମସ୍ୟାର ସମାଧାନ ଦିଗରେ ଦେଲେ ଦୃଢ଼ ପ୍ରତିଶ୍ରୁତି
ସୁବର୍ଣ୍ଣପୁର, 05 ଅକ୍ଟୋବର (ହି.ସ.) ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଦେବାଶିଷ ସିଂହ ଭାରତୀୟ ପ୍ରାଶାସନିକ ସେବା ( ଆଇଏଏସ) ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କୁ ଦର୍ଶନ କରି ଜିଲ୍ଲାପାଳ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଠାରୁ ଦାୟିତ୍
ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ଦିଗରେ ଦେଲେ ଦୃଢ଼ ପ୍ରତିଶୁତି*


ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ଦିଗରେ ଦେଲେ ଦୃଢ଼ ପ୍ରତିଶୁତି*


ସୁବର୍ଣ୍ଣପୁର, 05 ଅକ୍ଟୋବର (ହି.ସ.) ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଦେବାଶିଷ ସିଂହ ଭାରତୀୟ ପ୍ରାଶାସନିକ ସେବା ( ଆଇଏଏସ) ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କୁ ଦର୍ଶନ କରି ଜିଲ୍ଲାପାଳ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ l ପରେ ପ୍ରଥମେ ସୋନପୁର ବ୍ଳକ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଯୋଗ ଦେଇ ଗାଁର ସଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ l ଶିବିରରେ

୫୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ସହ ୩ ଗୋଟି ସାଧାରଣ ଅଭିଯୋଗ ଉପରେ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ପରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ ଜିଲ୍ଲାର ମୌଳିକ ସମସ୍ୟା ର ସମାଧାନ ଓ ସରକାରଙ୍କ କଲ୍ୟାଣ କାରୀ ଯୋଜନା ସଫଳ ଦିଗରେ ପୁରା ଟିମକୁ ନେଇ କାମ କରିବୁ ବୋଲି କହିଥିଲେ l ବିଶେଷ କରି ଶିକ୍ଷା ସ୍ବାସ୍ଥ୍ୟ କୃଷି ଜଳ ସେଚନ ଓ ପର୍ୟ୍ୟଟନର ବିକାଶ ଦିଗରେ ପ୍ରଥମେ ଗୁରୁତ୍ଵ ଦେବୁ ବୋଲି ସାମ୍ବାଦିକ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସିଂ କହିଥିଲେ l ଅସମ୍ପୂର୍ଣ୍ଣ ରିଙ୍ଗ ରୋଡ଼ କାର୍ଯ୍ୟକୁ ଶୀଘ୍ର ଆରମ୍ଭ କରିବାକୁ ଓ ଅସଜଡ଼ା ସ୍ବାସ୍ଥ୍ୟ ବିଭାଗକୁ ସଜାଡ଼ିବାକୁ ଓ ପୌର ପରିଷଦ ମନ୍ଥର କାର୍ଯ୍ୟ ସବୁକୁ ତ୍ୱରାନ୍ୱିତ କରିବା ସହ ଗଚ୍ଛିତ ଅନୁଦାନର ସଦ ବିନିଯୋଗ କରିବାକୁ ତୁରନ୍ତ ପଦକ୍ଷେପ ନେବି ବୋଲି ଦୃଢ଼ ପ୍ରତିଶୁତି ଦେଇଥିଲେ l ଏଥିପାଇଁ ସମସ୍ତଙ୍କ ସହଯୋଗ ଓ ପରାମର୍ଶ ଜରୁରୀ ବୋଲି କହିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande