ବିପ୍ଲବୀ ପ୍ରାଣନାଥ ଓ ଶହୀଦ ବାଜିରାଉତଙ୍କ ଅବଦାନ ଅବିସ୍ମରଣୀୟ
ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.)- ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ବିଭିନ୍ନ ବୌଦ୍ଧିକ ସଂଗଠନ ମାନଙ୍କ ପକ୍ଷରୁ ମହାନ ବିପ୍ଲବୀ, ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ, ସାମ୍ୟବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ୱ, ପ୍ରାକ୍ତନ ବିଧାୟକ ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ସ
fdgjfyu


ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.)- ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ବିଭିନ୍ନ ବୌଦ୍ଧିକ ସଂଗଠନ ମାନଙ୍କ ପକ୍ଷରୁ ମହାନ ବିପ୍ଲବୀ, ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ, ସାମ୍ୟବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ୱ, ପ୍ରାକ୍ତନ ବିଧାୟକ ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ସ୍ୱର୍ଗତ ପ୍ରାଣନାଥ ପଟନାୟକଙ୍କ ୫୬ ତମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ, ଚିନ୍ତକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା, ସ୍ତମ୍ଭକାର,ପ୍ରଦୋଷ ପଟନାୟକ ସମାଜସେବୀ ମନୋରଞ୍ଜନ ମହାନ୍ତି, ବିଜେଡି ସାଂସ୍କୃତିକ ସାମୁଖ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସାମ୍ବାଦିକ ଦୁର୍ଗା ପ୍ରସାଦ ସାମନ୍ତରାୟ, ପତ୍ରକାର ଅରବିନ୍ଦ ତ୍ରିପାଠୀ ଦିଲ୍ଲୀପ ଦାସ ଶର୍ମା, ସଂଯୁକ୍ତା ପାଣିଗ୍ରାହୀ, ରମେଶ ପାତାଳ ସିଂ ସହିତ ଉପସ୍ଥିତ ସାରସ୍ୱତ ପ୍ରତିଭାଧାରୀ ବ୍ୟକ୍ତି ବିଶେଷଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ୱର୍ଗତ ପଟନାୟକଙ୍କ ସମାଜସେବା, ସଂଗ୍ରାମୀ ଜୀବନ, ଅସହାୟ,ଦୁସ୍ଥ ବ୍ୟକ୍ତିବିଶେଷଙ୍କ ନିମିତ ବହୁବିଦ୍ଧ କାର୍ଯ୍ୟକ୍ରମ କରିବା ସହିତ ଦେଶ ମାତୃକା ପାଇଁ ବହୁବାର କାରାବରଣ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ କ୍ଷ କାମଦେବ ମହାପାତ୍ର ପ୍ରାଣନାଥଙ୍କ ସ୍ମୃତିରେ ସ୍ୱରଚିତ କବିତା ପାଠ କରିଥିଲେ।ସେହିପରି ବାଜିରାଉତଙ୍କ ବିଧାନସଭା ସ୍ଥିତ ପ୍ରତିମୂର୍ତି ସ୍ଥଳରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ବାଜିରାଉତଙ୍କ ଏକଶତ ତମ ଜୟନ୍ତୀ ଅବସରରେ ତାଙ୍କ ବୀରତ୍ୱ, ସଂଗ୍ରାମ ତଥା ଦେଶପ୍ରେମ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande