ପ୍ରାଣନାଥଙ୍କ ଜୀବନ ସେବା ଓ ସଂଗ୍ରାମ ପାଇଁ ସମର୍ପିତ ଥିଲା
ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.)- ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ସମଗ୍ର ଜୀବନ ସେବା ଓ ସଂଗ୍ରାମ ପାଇଁ ସମର୍ପିତ ଥିଲା । ସମାଜର ଅଗଣିତ ଗରିବ ଓ ଅବହେଳିତ ଜନସାଧାରଣଙ୍କ ମୁହଁରେ ହସ ଫୁଟାଇବାକୁ ସେ ଆଜୀବନ ପ୍ରୟାସ ଜାରି ରଖିଥିଲେ ବୋଲି ରାଜ୍ୟସ୍ତରୀୟ ସ୍ମୃତି ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ମ
gfhcg


ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.)- ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ସମଗ୍ର ଜୀବନ ସେବା ଓ ସଂଗ୍ରାମ ପାଇଁ ସମର୍ପିତ ଥିଲା । ସମାଜର ଅଗଣିତ ଗରିବ ଓ ଅବହେଳିତ ଜନସାଧାରଣଙ୍କ ମୁହଁରେ ହସ ଫୁଟାଇବାକୁ ସେ ଆଜୀବନ ପ୍ରୟାସ ଜାରି ରଖିଥିଲେ ବୋଲି ରାଜ୍ୟସ୍ତରୀୟ ସ୍ମୃତି ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।

ସ୍ୱାଧୀନତା ସଂଗ୍ରାମର ଅଗ୍ରଗଣ୍ୟ ଯୋଦ୍ଧା, ସାମ୍ୟବାଦୀ ଓ କୃଷକ ଆନ୍ଦୋଳନର ଅନ୍ୟତମ ଆଦ୍ୟ ପୁରୋଧା, ଶିକ୍ଷା ପ୍ରସାରରେ ଅଗ୍ରଣୀ ଶିକ୍ଷାବିତ୍, ସାହିତ୍ୟିକ, ବିଧାୟକ ତଥା ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ୫୬ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜୟଦେବ ଭବନଠାରେ ଅନୁଷ୍ଠିତ ସ୍ମୃତି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସ୍ୱାଧୀନତା ସଂଗ୍ରାମରେ ପ୍ରାଣନାଥଙ୍କ ଅନବଦ୍ୟ ଅବଦାନ ସମ୍ପର୍କରେ ଆଲୋଚନା କରି ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱର୍ଗତ ପଟ୍ଟନାୟକଙ୍କୁ ବୈପ୍ଳବିକ ଚେତନାର ଅନ୍ୟତମ ଅଗ୍ରଦୂତ ରୂପେ ବର୍ଣ୍ଣନା କରି ସେ ତାଙ୍କର ଉତ୍ସର୍ଗୀକୃତ ଜନସେବା ଓ ଶିକ୍ଷାର ପ୍ରସାର ପାଇଁ ନିଷ୍ଠାପର ପ୍ରଚେଷ୍ଟାର ପ୍ରଶଂସା କରିଥିଲେ । ଏହି ଉତ୍ସବରେ ‘ଆମ ଓଡ଼ିଶା’ ଓ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟବକ୍ତା ରୂପେ ଯୋଗଦେଇ ପ୍ରାଣନାଥଙ୍କ ବୈପ୍ଳବିକ କର୍ମମୟ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଉତ୍ସବରେ ବରେଣ୍ୟ ଅତିଥି ରୂପେ ଯୋଗଦେଇ ‘କିଟ୍’ ଓ ‘କିସ୍’ର ପ୍ରତିଷ୍ଠାତା ତଥା ଶିକ୍ଷାବିତ୍ ଡ. ଅଚ୍ୟୁତ ସାମନ୍ତ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୀପକ ମାଲବ୍ୟ ଏବଂ ଓଡ଼ିଶାର ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ପ୍ରାଣନାଥଙ୍କ ଜନସେବା, ରାଜ୍ୟରେ ଶିକ୍ଷା ପ୍ରସାର ଦିଗରେ ନିଷ୍ଠାପର ପ୍ରଚେଷ୍ଟା ଏବଂ ସାହିତ୍ୟ ସାଧନା ସମ୍ପର୍କରେ ବିିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ । ସ୍ମୃତି ସମିତିର ସଭାପତି ତଥା ବିଶିଷ୍ଟ ଲେଖିକା ଡ. ଅର୍ଚ୍ଚନା ନାୟକ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ପାଞ୍ଚ’ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ପ୍ରାଣନାଥ ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନେ ହେଲେ - ଐତିହାସିକ ଓ ଗବେଷକ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ବରିଷ୍ଠ ନାଟ୍ୟକାର ଓ ଗଣମାଧ୍ୟମ ବ୍ୟକ୍ତିତ୍ୱ ଗୋପୀନାଥ ବାରିକ, ଶିକ୍ଷାବିତ୍ ଡ. ବିନ୍ଦୁଶ୍ରୀ ମିଶ୍ର, ଲୋକପ୍ରିୟ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏବଂ ଲେଖିକା ଓ ଅନୁବାଦିକା ରତ୍ନମାଳା ସ୍ୱାଇଁ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande