
ନୂଆଦିଲ୍ଲୀ, ଅକ୍ଟୋବର 5(ହି.ସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ସବୁଦିନ ଭଳି ‘ଏକ୍ସ’ରେ ‘ସୁଭାଷିତମ୍’ ଭାବରେ ଏକ ସୁନ୍ଦର ଶ୍ଳୋକ ସେୟାର କରିଛନ୍ତି। ଏହା ମାଧ୍ୟମରେ ସେ ମଣିଷର ସାତଟି ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି। ଶ୍ଳୋକଟି ହେଉଛି— “ଶୁଚିତ୍ୱଂ ତ୍ୟାଗିତା ଶୌର୍ଯ୍ୟଂ ସାମାନ୍ୟଂ ସୁଖଦୁଃଖୟୋଃ। ଦାକ୍ଷିଣ୍ୟଂ ଚାନୁରକ୍ତିଶ୍ଚ ସତ୍ୟତା ଚ ସୁହୃଦ୍ଗୁଣାଃ॥”। ଏହି ଶ୍ଳୋକଟି ପ୍ରସିଦ୍ଧ ସଂସ୍କୃତ ଗ୍ରନ୍ଥ ‘ହିତୋପଦେଶ’ରୁ ନିଆଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଷ୍ଟରେ ଏହି ଶ୍ଳୋକର ଅର୍ଥ ଲେଖାଯାଇଛି— “ହୃଦୟର ନିର୍ମଳତା, ତ୍ୟାଗ ଭାବନା, ବୀରତା, ସୁଖ ଓ ଦୁଃଖରେ ସମାନ ଭାବ, ଚତୁରତା, ଅନୁରାଗ ଏବଂ ସତ୍ୟବାଦିତା— ଏଗୁଡ଼ିକ କେବଳ ଜଣେ ସାଧାରଣ ବନ୍ଧୁଙ୍କ ଗୁଣ ନୁହେଁ, ବରଂ ଉଦାର ହୃଦୟ ଓ ବିଶିଷ୍ଟ ବ୍ୟକ୍ତିତ୍ୱ ଥିବା ମଣିଷର ପରିଚୟ।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ବାର୍ତ୍ତା ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହା ଆମେ ସମସ୍ତେ ଜାଣୁ ଯେ ମଣିଷ ଏହି ସଂସାରର ସର୍ବଶ୍ରେଷ୍ଠ ପ୍ରାଣୀ। ତାଙ୍କର ଶ୍ରେଷ୍ଠତା ଚିନ୍ତା, ବିବେକ ଓ ଆଚରଣ ଦ୍ୱାରା ନିର୍ଦ୍ଧାରିତ ହୁଏ। ମଣିଷ ପାଖରେ ଯେପରି ମସ୍ତିଷ୍କ ରହିଛି, ଅନ୍ୟ କୌଣସି ପ୍ରାଣୀ ପାଖରେ ସେପରି ନାହିଁ। ଏହି ଦୃଷ୍ଟିରୁ ତାଙ୍କର ଚିନ୍ତନ ପ୍ରକ୍ରିୟା ଅନନ୍ୟ। ଏହି ଦୃଷ୍ଟିରୁ ସେ ବିଶିଷ୍ଟ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା