ସିନ୍ଦୋଳ ପଂଚାୟତରେ ବିଜେଡିର କର୍ମୀ ସମ୍ମିଳନୀ
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧିନ ସିନ୍ଦୋଳ ପଂଚାୟତରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି।ଅବସରରେ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରାକ୍ତନ
SINDOL BJD KARMI SAMILANI


ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧିନ ସିନ୍ଦୋଳ ପଂଚାୟତରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି।ଅବସରରେ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରାକ୍ତନ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ ମୁଖ୍ୟଅତିଥିଭାବେ ଯୋଗଦେଇ ପଂଚାୟତରେ ଦଳକୁ ସୁଦୃଢ କରିବାପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ। ମହିଳା ମାନଙ୍କୁ ସୁସଙ୍ଗଠିତ କରିବା ଦିଗରେ ପ୍ରାଧାନ୍ୟ ଦିଆଯିବ ଉପରେ ସେ ଗୁରୁତ୍ୱଦେଇଥିଲେ। ଆଗାମୀ ପଂଚାୟତ ନିର୍ବାଚନରେ ଦଳ ବିଜୟ ଲାଭ କରିବା ପାଇଁ କର୍ମୀମାନେ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ କୀର୍ତନ ଚନ୍ଦ୍ର ରାଉତ, ଭାଟପଡ଼ା ପଂଚାୟତର ପୁର୍ବତନ ସମିତି ସଭ୍ୟ ସଂଗ୍ରାମ ଦାସ,ସିନ୍ଦୋଳ ପଂଚାୟତର ପୂର୍ବତନ ସରପଂଚ ବୈକୁଣ୍ଠ ନାଥ ପାଣି, , ପୂର୍ବତନ ସମିତି ସଭ୍ୟାଙ୍କ ପ୍ରତିନିଧି ଅନିରୁଦ୍ଧ ବାରିକ୍ ଓ ପଂଚାୟତର ବରିଷ୍ଠ କର୍ମୀ, ଯୁବ, ଛାତ୍ର ଓ ମହିଳା ମାନେ ଯୋଗ ଦେଇ ସମସ୍ତେ ଅନ୍ତରିକତା ସହ।ଦଳ ପାଇଁ କାମକଲେ ଆଗାମୀ ପଂଚାୟତ ନିର୍ବାଚନରେ ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀ ବିଜୟ ଲାଭକରି ପୁନର୍ବାର ପଂଚାୟତ ଦଖଲ କରିପାରିବ ବୋଲି କହିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande