ରାଜ୍ୟସ୍ତରୀୟ ସେବା ଜ୍ୟୋତି ପଦଯାତ୍ରା ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା, 05 ଅକ୍ଟୋବର (ହି.ସ.) ଖୋର୍ଦ୍ଧା, ବାଟ ମଙ୍ଗଳା ଛକ ସନ୍ନିକଟ ଗ୍ରାମ୍ୟ ଉନ୍ନୟନ ଡ଼ାକ ବଙ୍ଗଳା ରେ ରାଜ୍ୟସ୍ତରୀୟ ସେବା ଜ୍ୟୋତି କାର୍ଯ୍ୟକ୍ରମ ତଥା ପଦ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ତଥା ସମବାୟ, ବୟନ ,
Jyoti


Seva


ଖୋର୍ଦ୍ଧା, 05 ଅକ୍ଟୋବର (ହି.ସ.) ଖୋର୍ଦ୍ଧା, ବାଟ ମଙ୍ଗଳା ଛକ ସନ୍ନିକଟ ଗ୍ରାମ୍ୟ ଉନ୍ନୟନ ଡ଼ାକ ବଙ୍ଗଳା ରେ ରାଜ୍ୟସ୍ତରୀୟ ସେବା ଜ୍ୟୋତି କାର୍ଯ୍ୟକ୍ରମ ତଥା ପଦ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ତଥା ସମବାୟ, ବୟନ , ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇ ସୁଚାରୁ ରୂପେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ l ବୈଠକରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ, ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଆରକ୍ଷୀ ଅଧିକ୍ଷକ ପାରାମାର ସ୍ମିଥ ପାରୁଶୋତ୍ତମ ଦାସ,ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ, ଉପ ଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ,ବହୁ ଅଧିକାରୀ ଦିଲ୍ଲୀପ ହୋତା ପ୍ରମୁଖ ଯୋଗ ଦେଇଥିଲେ l ଆସନ୍ତା ୭ ତାରିଖ ସକାଳ ୯ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉକ୍ତ ରାଜ୍ୟସ୍ତରୀୟ ସେବା ଜ୍ୟୋତି ପଦଯାତ୍ରାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି l

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande