
କେନ୍ଦୁଝର, ୦୫ ଅକ୍ଟୋବର (ହି.ସ.) ରାତି ତମାମ ଧାନ ବିଲରେ ଧାନ ଖାଇଲେ , ଧାନ ଖାଇ ସାରି ୩୬ଟି ହାତୀଙ୍କ ଦଳ ନେଇଥିଲା ବିଶ୍ରାମ। ଧାନ ବିଲରେ ପଶି ପେଟ ଭରି ଧାନ ଖାଇବା ପରେ ସକାଳ ପ୍ରାୟ ୧୧ଟାରେ ଏକ ସ୍ଥାନରେ ହାତୀମାନେ ବିଶ୍ରାମ କରିଥିଲେ। ବିଶ୍ରାମ ପରେ ହଠାତ୍ କେନାଲ ମୁହାଁ ହୋଇଥିଲେ ହାତୀପଲ। କେନାଲରେ ପହଂଚିବା ପରେ ଆରମ୍ଭ ହୋଇଥିଲା ଜଳକ୍ରୀଡ଼ା। କିଏ ପାଣିରେ ଗାଧୋଉଥିଲା, ତ ଆଉ କିଏ ପାଣିରେ ଖେଳୁଥିଲା। ସେତିକିରେ ସେମାନଙ୍କ ମନ ଶାନ୍ତି ହୋଇ ନଥିଲା । ସେଠାରୁ ବାହାରି ନିକଟରେ ଥିବା ଏକ ପୋଖରୀ ରେ ପଶି ହାତୀ ପଲ ପୁଣି ଜଳକ୍ରିଡା କରିଥିଲେ ।ହାତୀମାନଙ୍କ ଏହି ମନୋରମ ଦୃଶ୍ୟ ଦେଖିବାକୁ କେନାଲ କୂଳରେ ଲୋକଙ୍କ ଭିଡ଼ ଜମିଥିଲା। ଏହି ଭିଡିଓ ସମସ୍ତ ଦେଖଣା ହାରି ମୋବାଇଲରେ କଏଦ କରୁଥିବା ବେଳେ ବେସ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି।
। ପାଣିରେ କିଛି ସମୟ ବିତାଇବା ପରେ ହାତୀପଲ କେନାଲରୁ ବାହାରିଥିଲେ। ଆଉ ଏହାପରେ ପୁଣି ଜଙ୍ଗଲ ଅଭିମୁଖେ ଫେରିଯାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA