
କେନ୍ଦୁଝର, ୦୫ ଅକ୍ଟୋବର (ହି.ସ.) - ଜାତୀୟ ରାଜପଥ ରେ ହୁତହୁତ ହୋଇ ଜଳିଗଲା ଟ୍ରଲର। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ବାରାହାଦେବତା ଛକ ନିକଟ ଟୋଲଗେଟ ନିକଟରେ। ସୂଚନା ଅନୁଯାୟୀ ଅନୁଗୁଳରୁ ବଡ଼ବିଲ କୁ ଫେରୁଥିବା ବେଳେ ହଠାତ୍ ଟ୍ରଲରରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଦେଖି ଡ୍ରାଇଭର ଗାଡ଼ି ରୁ ଓହ୍ଲାଇ ପଡ଼ି ଅଳ୍ପକେ ବର୍ତି ଯାଇଛନ୍ତି। ଖବର ପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରି ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ ପାଇଁ ଚେଷ୍ଟା ଜାରି ରଖିଛନ୍ତି। ନିଆଁ ଲାଗିବାର କାରଣ ଜଣାପଡିନାହିଁ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA