ପୂର୍ବ ଶତ୍ରୁତାରୁ ଟ୍ରକରେ ନିଆଁ ଲଗାଇ ଦେବା ଅଭିଯୋଗ
ଗଞ୍ଜାମ, ୫ ଅକ୍ଟୋବର (ହି.ସ.)- ହିଞ୍ଜିଳିକାଟୁ ଥାନା ତହର ପଞ୍ଚାୟତ ଅଫିସ୍ ସମ୍ମୁଖରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଟ୍ରକ ଓ ଗୋଟିଏ ବାଇକ୍ ରେ ନିଆଁ ଲଗାଇ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତିରେ ଗୋଟିଏ ଗୋଷ୍ଠୀ ବାଇକ୍ ଚାଳକଙ୍କୁ ଟ୍ରକ୍ ମଡାଇ ମାରିଦେବା ଉଦ୍ୟମ କଲାବେଳେ ଅପ
ପୂର୍ବ ଶତ୍ରୁତାରୁ ଟ୍ରକରେ ନିଆଁ ଲଗାଇ ଦେବା ଅଭିଯୋଗ


ଗଞ୍ଜାମ, ୫ ଅକ୍ଟୋବର (ହି.ସ.)- ହିଞ୍ଜିଳିକାଟୁ ଥାନା ତହର ପଞ୍ଚାୟତ ଅଫିସ୍ ସମ୍ମୁଖରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଟ୍ରକ ଓ ଗୋଟିଏ ବାଇକ୍ ରେ ନିଆଁ ଲଗାଇ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତିରେ ଗୋଟିଏ ଗୋଷ୍ଠୀ ବାଇକ୍ ଚାଳକଙ୍କୁ ଟ୍ରକ୍ ମଡାଇ ମାରିଦେବା ଉଦ୍ୟମ କଲାବେଳେ ଅପର ଗୋଷ୍ଠୀ ଟ୍ରକରେ ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଫଳରେ ବାଇକ୍ ଉପରେ ବସିଥିବା ଚାଳକ ମିଥୁନ ଜେନା ଗୁରୁତର ହୋଇଛନ୍ତି ଓ ଵାଇକରେ ମଧ୍ୟ ନିଆଁ ଲାଗିଯାଇଛି। ଆହତ ମିଥୁନ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande