

ଅଯୋଧ୍ୟା, ଅକ୍ଟୋବର 5 (ହି.ସ)। ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର ଅଯୋଧ୍ୟାରେ ପହଞ୍ଚିଛନ୍ତି। ଏଠାରେ ମହର୍ଷି ବାଲ୍ମୀକି ବିମାନବନ୍ଦରରେ ବିଜେପି ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ।
ରାଜନାଥ ପ୍ରଥମେ ଶ୍ରୀରାମ ମନ୍ଦିରରେ ପହଞ୍ଚି ଭଗବାନ ରାମଲଲାଙ୍କ ଦର୍ଶନ କରିଥିଲେ। ଏହାପରେ ସେ ଶ୍ରୀ ହନୁମାନଗଡ଼ୀ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରି ହନୁମାନଜୀଙ୍କ ଆଶୀର୍ବାଦ ମଧ୍ୟ ଗ୍ରହଣ କରିଥିଲେ।ଏହାପରେ ରକ୍ଷାମନ୍ତ୍ରୀ ରାନୋପାଲିସ୍ଥିତ ଉଦାସୀନ ଋଷି ଆଶ୍ରମରେ ପହଞ୍ଚିଛନ୍ତି। ଏଠାରେ ସେ ଗୁରୁ ପର୍ବ ମହାମହୋତ୍ସବ ଓ ସନ୍ଥ ସମ୍ମିଳନୀରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଆମେ ଅଯୋଧ୍ୟାର ପୁଣ୍ୟଭୂମିରେ ଅଛୁ। ବର୍ଷ ବର୍ଷର ସଂଘର୍ଷ ଆଜି ଏକ ଭବ୍ୟ ରୂପରେ ଆମ ସମ୍ମୁଖରେ ରହିଛି। ଭଗବାନ ରାମଲଲା ନିଜ ଘରେ ବିରାଜମାନ ହୋଇସାରିଛନ୍ତି। ରାଜନାଥ କହିଛନ୍ତି ଯେ, ମୁଁ ଅଯୋଧ୍ୟାକୁ କେବଳ ଏକ ଭୌଗୋଳିକ ସ୍ଥାନ ଭାବେ ବୁଝେ ନାହିଁ। ଅଯୋଧ୍ୟା ଏକ ଚେତନା, ଏକ ସଂସ୍କୃତି ଏବଂ ଏକ ସଭ୍ୟତା।
-------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା