
ନୂଆପଡ଼ା,୫ ଅକ୍ଟୋବର (ହି.ସ.)- ତିନିଟି ଜାମିନ ବିହୀନ ୱାରେଣ୍ଟ ଥିବା ଜଣେ ଅଭିଯୁକ୍ତଙ୍କୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଖଡ଼ିଆଳର ରାଜା ଦୁରିଆ (୩୧) ବୋଲି ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରାଜାଙ୍କ ନାମରେ ପୂର୍ବରୁ ଚୋରି ସମ୍ପର୍କିତ ୭ଟି ମାମଲା ରହିଛି। ଏହି ମାମଲାଗୁଡ଼ିକରେ ତାଙ୍କ ବିରୋଧରେ ତିନୋଟି ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଥିଲା। ଏହାକୁ ଆଧାର କରି ପୁଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି। ଖଡ଼ିଆଳ ଥାନା ଅଧିକାରୀ ସୁମନ୍ତ ନାଏକଙ୍କ ସୂଚନା ଅନୁସାରେ, ରାଜା ଦୁରିଆଙ୍କ ନାମରେ ପୂର୍ବରୁ ୭ଟି ଚୋରି ମାମଲା ରହିଥିବା ବେଳେ ସେ ସମସ୍ତ ମାମଲାରେ ଦଣ୍ଡିତ ହୋଇ ସାରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ