ବଲାଙ୍ଗିର ଲାଲଟିକ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସ୍ ଧକ୍କାରେ ଯୁବକ ମୃତ
ବଲାଙ୍ଗିର, ୦୫ ଅକ୍ଟୋବର (ହି.ସ.) ବଲାଙ୍ଗିର ଲାଲଟିକ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାବସ୍ ଧକ୍କାରେ ଯୁବକ ମୃତ । ବଲାଙ୍ଗିର ସହରର ଲାଲଟିକିରା ଡିପ୍ଲୋମା ଛକ ତଥା ଇରିଗେସନ ଅଫିସ ସାମ୍ନାରେ କୃପାମୟୀ ନାମକ ଏକ ଘରୋଇ ବସ୍ ଧକ୍କାରେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ଖବର ସାମନାକୁ ଆସିଛି ।
ବଲାଙ୍ଗିର ଲାଲଟିକ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାବସ୍ ଧକ୍କାରେ ଯୁବକ ମୃତ ।


ବଲାଙ୍ଗିର, ୦୫ ଅକ୍ଟୋବର (ହି.ସ.) ବଲାଙ୍ଗିର ଲାଲଟିକ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାବସ୍ ଧକ୍କାରେ ଯୁବକ ମୃତ । ବଲାଙ୍ଗିର ସହରର ଲାଲଟିକିରା ଡିପ୍ଲୋମା ଛକ ତଥା ଇରିଗେସନ ଅଫିସ ସାମ୍ନାରେ କୃପାମୟୀ ନାମକ ଏକ ଘରୋଇ ବସ୍ ଧକ୍କାରେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ଖବର ସାମନାକୁ ଆସିଛି । ମୃତ ଯୁବକ ଲାଲଟିକ୍ରାର ଇଶ୍ୱର ମାଝୀ ବୋଲି ଜଣାପଡିଛି । ଖବର ପାଇ ବଲାଙ୍ଗିର ଲକ୍ଷ୍ମୀଯୋର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଦୋକାନ ବନ୍ଦ କରି ବାଇକ ଯୋଗେ ଘରକୁ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ବସ୍ଟି ତାଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ସେ ଗୁରୁତର ହୋଇଯାଇ ଥିଲେ, ତୁରନ୍ତ ଲୋକେ ତାଙ୍କୁ ଏକ ଅଟୋ ଯୋଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ଭର୍ତି କରିଥିଲେ । ଡାକ୍ତର ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିବା ଇଶ୍ୱର କାମ କରୁଥିବା ଦୋକାନ ମାଲିକ କହିଛନ୍ତି ।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande