ଏମ୍ଏମଡିଆର୍ ଆଇନ୍ ରଦ୍ଦ କରିବା ଦାବିରେ ଆଗାମୀ ଆଠ ତାରିଖ ଓଡ଼ିଶା ବନ୍ଦ ସଫଳ ପାଇଁ ଏଆଇଟିୟୁସିର ଆହ୍ୱାନ
ଜୟପୁର, 05 ଅକ୍ଟୋବର (ହି.ସ.) ଜୟପୁର ଯାଦବ ଭବନ ଠାରେ ଏଆଇଟିୟୁସି ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ବରେ ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଯୁଧିଷ୍ଠିର ରାଉଳ କହିଛନ୍ତି ଯେ କୋରାପୁଟ ଜିଲ୍ଲା ଭଳି ଖଣିଜ ସମ୍ପଦ ଭରା ଜିଲ୍ଲାର ସମସ୍ତ ଖଣିଜ ସମ
ଏମ୍ ଏମ୍ ଡି ଆର୍ ଆଇନ୍ ରଦ୍ଦ କରିବା ଦାବିରେ ଆଗାମୀ ଆଠ ତାରିଖ ଓଡ଼ିଶା ବନ୍ଦ ସଫଳ ପାଇଁ ଏଆଇଟିୟୁସି ର ଆହ୍ୱାନ


ଜୟପୁର, 05 ଅକ୍ଟୋବର (ହି.ସ.) ଜୟପୁର ଯାଦବ ଭବନ ଠାରେ ଏଆଇଟିୟୁସି ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ବରେ ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଯୁଧିଷ୍ଠିର ରାଉଳ କହିଛନ୍ତି ଯେ କୋରାପୁଟ ଜିଲ୍ଲା ଭଳି ଖଣିଜ ସମ୍ପଦ ଭରା ଜିଲ୍ଲାର ସମସ୍ତ ଖଣିଜ ସମ୍ପଦ ଆଦାନୀ ହାତରେ ଟେକିଦେଇ ଜିଲ୍ଲା କୁ ଧ୍ୱଂସ କରିବା ପାଇଁ ବିଜେପି ସରକାର ଉଦ୍ୟମ ଜାରି ରଖିଛି। ନାଗେଶ୍ଵରୀ ଗୁମ୍ଫା ଓ ଆଦିବାସୀ ଙ୍କ ପୂଜାର୍ଚ୍ଚନା ସ୍ଥଳୀ ଥିବା ବାଲଡା ମାଇନ୍ସ କୁ ମଧ୍ୟ ଆଡାନୀକୁ ଟେକି ଦେଇଛନ୍ତି। ଗଡପଦର ଅଞ୍ଚଳରେ ମଧ୍ୟ ଆଦାନୀ କମ୍ପାନୀ ଖଣି କାର୍ଯ୍ୟ ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି । କେରେମେଟି ଠାରେ ଖଣି କାମ ଚାଲିଛି। କୋରାପୁଟ ଜିଲ୍ଲା ର ଯୁବତୀ ଯୁବକ ଆନ୍ଧ୍ର, ତାମିଲନାଡୁ କେରଳ ଦାଦନ ଖଟିବାକୁ ଯାଉଥିବା ବେଳେ ଆଦାନୀ ଅମ୍ବାନୀ ଡ଼ାଲମିଆଁ ଆରବପତି ହେଉଛନ୍ତି। ଦରଦାମ୍ ବୃଦ୍ଧି, ଶିକ୍ଷା ବିଭ୍ରାଟ ଏଭଳି କେବେ ହୋଇ ନଥିଲା। ନାଁ ଓଡିଆ ଅସ୍ମିତା । ଚୋରୀ ରାହାଜାନୀ,ନାରୀ ଧର୍ଷଣ ବଢ଼ି ବଢ଼ି ଚାଲିଛି। କେନ୍ଦ୍ର ଓ ରାଜ୍ୟ ରୁ ବିଜେପି ସରକାର କୁ ହଟେଇବାର ଅଭିଯାନ ଆରମ୍ଭ ହୋଇଛି ଦିଲ୍ଲୀ ର ଯନ୍ତର ମନ୍ତର ଠାରୁ । ଏହା ଚାଲିବ ଏବଂ ମୋଦୀ ସରକାର ମୁଣ୍ଡ ନୁଆଇଁ ପାରିଛନ୍ତି ଯୁବ ସମାଜ ଏଥିପାଇଁ ଆନ୍ଦୋଳନ ଜରୁରୀ। ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ତଥା ଏଆଇଟିୟୂସି ଜାତୀୟ ପରିଷଦ ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି ଯେ ମୋଦୀ କୁ ପ୍ରଶ୍ନ କଲେ ଦିମାଗୀ ନକ୍ସାଲ ବୋଲି କହୁଛି। ଦେଶକୁ ହିନ୍ଦୁ ମୁସଲମାନ ଏବଂ ଧର୍ମୀୟ ଭିତ୍ତିରେ ଭାଗ ଭାଗ କରାଯାଉଛି। ଆର୍ ଏସ୍ ଏସ୍ ର ମୁଖ୍ୟ ଆମେରିକା ରେ କହୁଛନ୍ତି ଗୋଟିଏ କଥା ଏଠି ଦେଶରେ ଦଙ୍ଗା ଭିଆଇ ଭୋଟ ଚୋରି କରି ଶାସନ ଚଲେଇଛନ୍ତି। ଦେଶର ସମ୍ବିଧାନ ଆଜି ସଙ୍କଟାପନ୍ନ। ଏଥିପାଇଁ ଦେଶକୁ ରକ୍ଷା କରିବା ଏବଂ ଜମି ଜଳ ଜଙ୍ଗଲ ର ଅଧିକାର ସୁନିଶ୍ଚିତ କରିବା ପାଇଁ ଏମ୍ ଏମ୍ ଡି ଆର୍ ଆଇନ ରଦ୍ଦ ନହେବା ପର୍ଯ୍ୟନ୍ତ ତୀବ୍ର ଆନ୍ଦୋଳନ ହେବ । ଏଥିପାଇଁ ଅକ୍ଟୋବର ଆଠ ଓଡ଼ିଶା ବନ୍ଦ କୁ ସଫଳ କରିବା ପାଇଁ ସକଳ ବର୍ଗର ଶ୍ରମଜୀବୀ ଜନସାଧାରଣଙ୍କୁ ନିବେଦନ କରାଯାଉଛି। ଆଜିର ସମ୍ମିଳନୀ ରେ ସିପିଆଇ ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ,ସମ୍ପାଦକ ଏଆଇଟିୟୂସି ଜିଲ୍ଲା ସଂଗଠନ ସମ୍ପାଦକ ଶ୍ରୀ ଉତ୍ତମ ମଲ୍ଲିକ, ଶ୍ରୀ ଧ୍ରୁବ ମଲ୍ଲିକ, ସୁବାଷ ବେହେରା, ନଳିନୀ କାନ୍ତ ରଥ, ଭୂବନ କମାର ପ୍ରମୁଖ ଅନେକ କର୍ମୀ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande