
ଜୟପୁର, ୦୫ ଅକ୍ଟୋବର (ହି.ସ.) - ଚାଷ ଜମିକୁ ମିଳୁନି ପାଣି, ଶୁଖିଲା ପଡ଼ିଛି ଶହ ଶହ ଏକର ଚାଷଜମି। ପାଣି ଅଭାବରେ ଚିନ୍ତାରେ ଜୟପୁର ବ୍ଲକ ଘାଟବାଗରା ଅଂଚଳର ଚାଷୀ । ଜଳସେଚନ ସମସ୍ୟା ଯୋଗୁଁ ୪୦୦ ଏକରରୁ ଅଧିକ ଜମି ପ୍ରଭାବିତ ହୋଇଥିବା ଚାଷୀଙ୍କ ଜଳସେଚନ ବିଭାଗ ଜୟପୁର ମୁଖ୍ୟ ଜନ୍ତ୍ରୀ ଙ୍କୁ ଅଭିଯୋଗ କରିଛନ୍ତି ଚାଷୀ । ବାରମ୍ବାର କୋଲାବ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଜଣାଇବା ସତ୍ୱେ ସମାଧାନ ହେଉନି ସମସ୍ୟା ।ଗତ ଦୁଇ ବର୍ଷ ଧରି ଏହି ପାଣି ସମସ୍ୟା ଲାଗି ରହିଥିବା ବେଳେ, କୋଲାବ ଡ୍ୟାମ୍ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥାଇ ମଧ୍ୟ ଚାଷଜମିକୁ ପାଣି ପହଂଚୁନଥିବା ଅଭିଯୋଗ ହୋଇଛି। ଚାଷ ହିଁ ଏଠାକାର ଲୋକଙ୍କ ମୁଖ୍ୟ ରୋଜଗାରର ମାଧ୍ୟମ । ତେଣୁ ପାଣି ନମିଳିଲେ ଚାଷୀଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା । ତୁରନ୍ତ ଚାଷଜମିକୁ ପାଣି ଛଡ଼ା ନଗଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।
ହିନ୍ଦୁସ୍ଥାନ ସମାଚାର / ପିକେପି