କେୱାଇସି ଅପଡେଟ ନାଁରେ ୭୫ ହଜାର ୫ ଶହ ଟଙ୍କା ଲୁଟ୍ , ବ୍ୟାଙ୍କ ନାଁରେ ଫୋନ କରି ଲିଙ୍କ ପଠାଇଲେ ସାଇବର ଠକ
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ବ୍ୟାଙ୍କ ଆକାଉଂଟର କେୱାଇସି ଅପଡେଟ ନାଁରେ ସାଇବର ଠକେଇ। ଅଜଣା ଲିଙ୍କ୍ରେ ତଥ୍ୟ ଦେବା ପରେ ଜଣେ ମହିଳାଙ୍କ ଆକାଉଣ୍ଟରୁ ଦୁଇଟି କାରବାରରେ ୭୫,୫୦୦ ଟଙ୍କା ଗାଏବ ହୋଇଛି। ଏନେଇ ଧୂଷୁରୀ ଥାନାରେ ମାମଲା ରୁଜୁ ହୋଇଛି।ଧୂଷୁରୀ ଥାନା ଅନ୍ତର୍ଗତ କାସିମପୁର ଗ୍ରାମର ପ୍ରଭାତୀ
କେୱାଇସି ଅପଡେଟ ନାଁରେ ୭୫ ହଜାର ୫ ଶହ ଟଙ୍କା ଲୁଟ୍ , ବ୍ୟାଙ୍କ ନାଁରେ ଫୋନ କରି ଲିଙ୍କ ପଠାଇଲେ ସାଇବର ଠକ


ଭଦ୍ରକ, ୫ ଅକ୍ଟୋବର (ହି.ସ.) - ବ୍ୟାଙ୍କ ଆକାଉଂଟର କେୱାଇସି ଅପଡେଟ ନାଁରେ ସାଇବର ଠକେଇ। ଅଜଣା ଲିଙ୍କ୍ରେ ତଥ୍ୟ ଦେବା ପରେ ଜଣେ ମହିଳାଙ୍କ ଆକାଉଣ୍ଟରୁ ଦୁଇଟି କାରବାରରେ ୭୫,୫୦୦ ଟଙ୍କା ଗାଏବ ହୋଇଛି। ଏନେଇ ଧୂଷୁରୀ ଥାନାରେ ମାମଲା ରୁଜୁ ହୋଇଛି।ଧୂଷୁରୀ ଥାନା ଅନ୍ତର୍ଗତ କାସିମପୁର ଗ୍ରାମର ପ୍ରଭାତୀ ନାଥ (୪୦)ଙ୍କ ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୫ରେ ତାଙ୍କ ମୋବାଇଲକୁ ୟୁକୋ ବ୍ୟାଙ୍କ ନାଁରେ ଏକ ଅଜଣା ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ହିନ୍ଦୀରେ କଥା ହୋଇ ଆକାଉଂଟର କେୱାଇସି ଅପଡେଟ୍ ହୋଇନଥିବା କହିଥିଲେ। ପରେ ଏକ ଲିଙ୍କ୍ ପଠାଇ ସେଥିରେ ତଥ୍ୟ ପୂରଣ କରିବାକୁ କହିଥିଲେ।ପ୍ରଭାତୀ ଉକ୍ତ ଲିଙ୍କ୍ରେ ତଥ୍ୟ ଦେବା ପରେ ତାଙ୍କ ଆକାଉଂଟରୁ ସେହିଦିନ ଅପରାହ୍ନ ୪ଟା ୪୦ ଓ ସନ୍ଧ୍ୟା ୬ଟା ୫୨ରେ ଦୁଇଟି ପୃଥକ କାରବାର ମାଧ୍ୟମରେ ମୋଟ ୭୫,୫୦୦ ଟଙ୍କା କଟିଯାଇଥିଲା। ପରେ ବ୍ୟାଙ୍କରେ ଯାଇ ପଚରାଉଚରା କରିବାରୁ ଠକେଇର ଶିକାର ହୋଇଥିବା ସେ ଜାଣିଥିଲେ। ଏନେଇ ପ୍ରଭାତୀ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ କେସ୍ ନଂ ୪୩୯/୨୦୨୬ ରୁଜୁ କରି ଧାରା ୩୧୮(୪) ଓ ଆଇଟି ଆକ୍ଟର ଧାରା ୬୬(ଡି) ଅଧୀନରେ ତଦନ୍ତ ଆରମ୍ଭ କରିଛି। ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ତଦନ୍ତ ଭାର ନେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande