‘ପ୍ଲାଷ୍ଟିକ କପ୍ରେ ଚା’, କ୍ୟାନ୍ସରକୁ ସାହା: ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଚେତନତା ଅଭିଯାନ
କେନ୍ଦ୍ରାପଡ଼ା, ୫ ଅକ୍ଟୋବର (ହି.ସ.)। ଓଡ଼ିଶାରେ କ୍ୟାନ୍ସର ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଓ ପ୍ଲାଷ୍ଟିକ ବ୍ୟବହାରରୁ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ସମ୍ଭାବ୍ୟ ପ୍ରଭାବ ନେଇ କେନ୍ଦ୍ରାପଡ଼ାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍
ପ୍ଲାଷ୍ଟିକ କପ ରେ ଚାହା ବ୍ୟବହାର ନ କରିବାକୁ ସଚେତନତା


କେନ୍ଦ୍ରାପଡ଼ା, ୫ ଅକ୍ଟୋବର (ହି.ସ.)। ଓଡ଼ିଶାରେ କ୍ୟାନ୍ସର ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଓ ପ୍ଲାଷ୍ଟିକ ବ୍ୟବହାରରୁ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ସମ୍ଭାବ୍ୟ ପ୍ରଭାବ ନେଇ କେନ୍ଦ୍ରାପଡ଼ାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି।

‘ପ୍ଲାଷ୍ଟିକ କପ୍‌ରେ ଚା’, କ୍ୟାନ୍ସରକୁ ସାହା’ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନ ମାଧ୍ୟମରେ ଗରମ ଚା’ ପାଇଁ ପ୍ଲାଷ୍ଟିକ୍‌ ଲେପଯୁକ୍ତ ପେପର କପ୍‌ର ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଯାଉଛି।

ପର୍ଯ୍ୟଟନସ୍ଥଳୀରେ ସଚେତନତା ଅଭିଯାନ

ଶୀତ ଋତୁରେ ଚା’ ପିଇବାର ପ୍ରବଣତା ବଢ଼ୁଥିବାରୁ ଗରମ ଚା’ ପରିବେଷଣରେ ବ୍ୟବହୃତ ପ୍ଲାଷ୍ଟିକ୍‌ ଲେପଯୁକ୍ତ କପ୍‌ର ସମ୍ଭାବ୍ୟ ସ୍ୱାସ୍ଥ୍ୟ ପ୍ରଭାବ ନେଇ ଟ୍ରଷ୍ଟ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଏହି ଅଭିଯାନ ଆୟୋଜନ କରାଯାଉଛି।

ବର୍ତ୍ତମାନ ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଗାମୀ ଦିନରେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଏହାକୁ ବ୍ୟାପକ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

ପ୍ଲାଷ୍ଟିକ୍‌ କପ୍‌ ବ୍ୟବହାର ନେଇ ସଚେତନତା

ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ ସାଧାରଣ କାଗଜ ଗରମ ପାଣିରେ ଭିଜି ନଷ୍ଟ ହୋଇଯାଏ। ତେବେ ଚା’ ପାଇଁ ବ୍ୟବହୃତ ଅନେକ ପେପର କପ୍‌ର ଭିତର ପଟେ ପ୍ଲାଷ୍ଟିକ୍‌ର ଆବରଣ ରହିଥାଏ। ଗରମ ପାନୀୟ ପାଇଁ ଏଭଳି କପ୍‌ ବ୍ୟବହାର କରିବା ସମୟରେ ପ୍ଲାଷ୍ଟିକ୍‌ରୁ ମାଇକ୍ରୋପ୍ଲାଷ୍ଟିକ୍‌ ମୁକ୍ତ ହେବାର ଆଶଙ୍କା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଚିନ୍ତା ରହିଛି ବୋଲି ଟ୍ରଷ୍ଟ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି।

ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ ସମ୍ଭବ ହେଲେ କାଚ, ଷ୍ଟିଲ୍‌ କିମ୍ବା ଅନ୍ୟ ସୁରକ୍ଷିତ ପାତ୍ରରେ ଗରମ ଚା’ ପିଇବାକୁ ପରାମର୍ଶ ଦିଆଯାଉଛି।

କାର୍ଯ୍ୟକ୍ରମରେ ଟ୍ରଷ୍ଟ ସଭାପତି ଦମନ ମହାନ୍ତି, ବଲାଙ୍ଗୀର ପ୍ରତିନିଧି ଚୈତନ୍ୟ ନାୟକ, ଡାକ୍ତର ନିରାକାର ତ୍ରିପାଠୀ, ଜ୍ୟୋତିଷ ଗୌରାଙ୍ଗ ନାୟକ, ବୌଦ୍ଧ ଜିଲ୍ଲା ପ୍ରତିନିଧି ସଞ୍ଜୀବ ବାଘ, ଅଭୟ ବେହେରା, ତପନ କୁମାର ନାଥ, ନିଗମ ରାଜ, ସୋମରେନ୍ଦ୍ର ମହାନ୍ତି, ଦେବାଶିଷ ମହାନ୍ତି ଓ ଆଶିଷ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande