
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଦିଲ୍ଲୀର ତାଜ୍ ଭିଭାନ୍ତ ହୋଟେଲ୍ ଠାରେ ପ୍ରାଇଡ ମିସ୍ ଇଣ୍ଡିଆ ପ୍ରତିଯୋଗିତା ଦୁଇ ଦୁନ ଧରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସାହାଡାଗଢିଆ ଗ୍ରାମର ଶ୍ରେୟା ଶିବଦର୍ଶିନୀ ପଣ୍ଡା ୱିନର ହୋଇ ପ୍ରାଇଡ ମିସ୍ ଇଣ୍ଡିଆ-୨୦୨୬ ମୁକୁଟରେ ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ସେ ପିତା ଡାକ୍ତର ତ୍ରିନାଥ ପଣ୍ଡା ଓ ମାତା ମିନତୀ ପଣ୍ଡାଙ୍କ ଏକମାତ୍ର କନ୍ୟା ଅଟନ୍ତି । ଏବେ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜର ଦ୍ୱୀତିୟ ବର୍ଷର ଛାତ୍ରୀ ଅଟନ୍ତି । ଦିଲ୍ଳୀରେ ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୧୨୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ୪ ଗୋଟି ପର୍ଯ୍ୟାୟରେ ପ୍ରତିଯୋଗିତା କରାଯାଇଥିଲା । ଶେଷରେ ଗ୍ରାଣ୍ଡ ଫାଇନାଲ୍ ରେ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେୟା ଶିବଦର୍ଶିନୀଙ୍କୁ ବିଜେତା ଘୋଷଣା କରାଯାଇଥିଲା । ଦୂରଦର୍ଶନ ଓ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ଅମନ ବର୍ମା ବିଜୟ ମୁକୁଟ ପନ୍ଧାଇଥିଲେ । ଉପହାର ସ୍ୱରୂପ ମୁକୁଟ,ମେଡାଲ୍,ଉତରୀୟ ପ୍ରଦାନ କରାଯାଇଥିଲା । ଏହି ମର୍ଯ୍ୟଦା ଜନକ ସମ୍ମାନ ପାଇବାରେ ଶ୍ରେୟା ଶିବଦର୍ଶିନୀ ଓଡିଶାର ପ୍ରଥମ ପ୍ରତିଯୋଗୀ ଅଟନ୍ତି । ପ୍ରକାଶଯେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ବେଳେ ଶ୍ରେୟା ଶିବଦର୍ଶିନୀ ପାଠପଢା ସାଙ୍ଗକୁ, ବକୃତା, ରଚନା ଲେଖନୀ, ଚିତ୍ରକଳାରେ ପ୍ରଥମ ସ୍ଥାନ ଅଧିକାର କରି ନିଜର ପ୍ରତିଭା ପରାକାଷ୍ଠା ଦେଖାଇ ଆସିଛନ୍ତି । ଓଡିଶା ଓ ଛତିଶଗଡର ମିଳିତ ଆୟୋଜନରେ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରମାଣପତ୍ର ଓ ଅର୍ଥରାଶି ପାଇବା ପରେ ତାଙ୍କର ଉତ୍ସାହ ଦ୍ୱିଗୁଣିତ ହୋଇଥିଲା । ଜଣେ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟଶିଳ୍ପୀ ଭାବେ ନେପାଳରେ ସମ୍ମାନିତ ହୋଇଥିବା ବେଳେ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଭାଷଣର ଓଡିଆ ଅନୁବାଦରେ ଭୁବନେଶ୍ୱରର ମଦର ପବ୍ଲିକ ସ୍କୁଲରେ ବକ୍ତୃତା ଦେଇ ଓଡିଶାର ପ୍ରାକ୍ତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ପୁରସ୍କୃତ ହୋଇ ସାରିଛନ୍ତି । ଆଗକୁ ସର୍ବଭାରତୀୟ ସ୍ତରରେ ମେଡିକାଲ ପାଠ ସମାପ୍ତ ପରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ଲୋକମାନଙ୍କ ସେବା କରିବାର ଲକ୍ଷ୍ୟ ରଖି ଥିବା କଥା କହିଛନ୍ତି ଶ୍ରେୟା ଶିବଦର୍ଶିନୀ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ