ଭାରତୀୟ ନୌସେନା ପାଇଁ ୬୬୧ କୋଟି ଟଙ୍କାରେ କିଣାଯିବ ବ୍ରହ୍ମୋସ ଫାୟାର କଂଟ୍ରୋଲ ସିଷ୍ଟମ
ନୂଆଦିଲ୍ଲୀ, ୦୬ ଅକ୍ଟୋବର (ହି.ସ.)- ଭାରତୀୟ ନୌସେନା ପାଇଁ ବ୍ରହ୍ମୋସ ଫାୟାର କଂଟ୍ରୋଲ ସିଷ୍ଟମ ଏବଂ ଲଂଚର କିଣାଯିବ, ଯାହା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ନୂଆଦିଲ୍ଲୀରେ ବ୍ରହ୍ମୋସ ଏୟାରୋସ୍ପେସ ପ୍ରାଇଭେଟ ଲିମିଟେଡ (ବିଏପିଏଲ) ସହିତ ୬୬୧ କୋଟିର କଂଟାକ୍ଟରେ ସାଇନ କରିଛି। ଏହି କ୍ରୟ (ଇଣ
ଭାରତୀୟ ନୌସେନା ପାଇଁ ୬୬୧ କୋଟି ଟଙ୍କାରେ କିଣାଯିବ ବ୍ରହ୍ମୋସ ଫାୟାର କଂଟ୍ରୋଲ ସିଷ୍ଟମ


ନୂଆଦିଲ୍ଲୀ, ୦୬ ଅକ୍ଟୋବର (ହି.ସ.)- ଭାରତୀୟ ନୌସେନା ପାଇଁ ବ୍ରହ୍ମୋସ ଫାୟାର କଂଟ୍ରୋଲ ସିଷ୍ଟମ ଏବଂ ଲଂଚର କିଣାଯିବ, ଯାହା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ନୂଆଦିଲ୍ଲୀରେ ବ୍ରହ୍ମୋସ ଏୟାରୋସ୍ପେସ ପ୍ରାଇଭେଟ ଲିମିଟେଡ (ବିଏପିଏଲ) ସହିତ ୬୬୧ କୋଟିର କଂଟାକ୍ଟରେ ସାଇନ କରିଛି। ଏହି କ୍ରୟ (ଇଣ୍ଡିଆନ-ଇଡିଡିଏମ) କ୍ୟାଟେଗୋରୀ ଅଧୀନରେ କରାଯିବ। ଏହି ଚୁକ୍ତିରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ଉପସ୍ଥିତିରେ ସ୍ୱାକ୍ଷର କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ଅତି କମରେ ୬୮ ପ୍ରତିଶତ ସ୍ୱଦେଶୀ କଂଟେଟ୍ ସହିତ ଏହି ପ୍ରକଳ୍ପ ଲଘୁ ଶିଳ୍ପ ସମେତ ବିଭିନ୍ନ ଭାରତୀୟ ଶିଳ୍ପର ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରେ। ଏହି ପ୍ରକଳ୍ପ ତିନି ବର୍ଷରେ ରୋଜଗାର ସୃଷ୍ଟି କରିବ। ଏହା ଭାରତର ସାମୁଦ୍ରିକ ସୁରକ୍ଷା ଆର୍କିଟେକ୍ଚର ଏବଂ ପ୍ରତିରକ୍ଷା କ୍ଷମତାକୁ ମଧ୍ୟ ସୁଦୃଢ଼ କରିବ ଏବଂ ଉନ୍ନତ ସାମରିକ ପ୍ରଯୁକ୍ତିକୁ ସ୍ୱଦେଶୀ କରିବାର ଚାଲିଥିବା ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅଟେ। ବିଭିନ୍ନ ଫ୍ରଂଟଲାଇନ ୱାରଶିପରେ ଲାଗିଥିବା ବ୍ରହ୍ମୋସ ସିଷ୍ଟମ ସାମୁଦ୍ରିକ ଆକ୍ରମଣ ଅପରେସନ ପାଇଁ ଭାରତୀୟ ନୌସେନାର ମୁଖ୍ୟ ସରଫେସ ଟୁ ସରଫେସ ମିସାଇଲ ସିଷ୍ଟମ ଅଟେ। ଏହି ୱେପନ ସିଷ୍ଟମ ସୁପରସୋନିକ ସ୍ପିଡରେ ବହୁ ଦୂରରୁ ଜମି ଏବଂ ସମୁଦ୍ରର ଟାର୍ଗେଟ ଉପରେ ଏକଦମ ସଠିକ ନିଶାନା ଲଗାଇପାରେ।

ଭାରତୀୟ ନୌସେନା ସ୍ୱଦେଶୀ ବୁଷ୍ଟର ସହିତ ବ୍ରହ୍ମୋସ ମିସାଇଲର ଆଂଟି-ଶିପ ଭର୍ଜନର ସଫଳ ପରୀକ୍ଷଣ କରିଛି, ଯାହା ଭାରତର ଆତ୍ମନିର୍ଭରତା ପ୍ରତି ନୌସେନାର ପ୍ରତିବଦ୍ଧତାକୁ ସୁଦୃଢ଼ କରେ। ଏହି ବ୍ରହ୍ମୋସ ମିସାଇଲରେ ନୂଆ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ବ୍ରହ୍ମୋସ ମିସାଇଲର ନିର୍ମାଣ ଭାରତ ଏବଂ ରୁଷ ମଧ୍ୟରେ ଏକ ଯୁକ୍ତ ଉଦ୍ୟମ ଅଧୀନରେ କରାଯାଉଛି। ଏହି ଯୁକ୍ତ ଉଦ୍ୟମରେ ଡିଆରଡିଓ ଭାରତୀୟ ପକ୍ଷର ପ୍ରତିନିଧିତ୍ୱ କରେ। ନୌସେନା ନିଜର ୱାରଶିପ ଆଇଏନଏସ ବିଶାଖାପଟ୍ଟନମ, ଗାଇଡେଡ ମିସାଇଲ ଡିଷ୍ଟ୍ରଏୟର ଆଇଏନଏସ ମୋରମୁଗାଓ, ଯୁଦ୍ଧପୋତ ଆଇଏନଏସ ଦିଲ୍ଲୀ, ଆଇଏନଏସ ରଣବିଜୟ, ସ୍ୱଦେଶୀ ଷ୍ଟିଲ୍ଥ ଡିଷ୍ଟ୍ରଏୟର ଆଇଏନଏସ ଚେନ୍ନାଇରୁ ସମୟ ସମୟରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ପରୀକ୍ଷଣ କରିସାରିଛି।

------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande