ମପ୍ରରେ କୁନୋ ଏବଂ ଗାନ୍ଧୀସାଗର ପରେ ଏବେ ବୀରାଙ୍ଗନା ଦୁର୍ଗାବତୀ ଟାଇଗର ରିଜର୍ଭ ହେବ ଚିତାଙ୍କ ତୃତୀୟ ଆବାସ
ଭୋପାଳ, ୦୬ ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବୁଧବାର, ୦୭ ଅକ୍ଟୋବରରେ ବୀରାଙ୍ଗନା ଦୁର୍ଗାବତୀ ଟାଇଗର ରିଜର୍ଭରେ କୁନୋରୁ ଅଣାଯାଇଥିବା ଦୁଇଟି ଚିତାକୁ ଛାଡିବେ। ଏହା ସହିତ ଏହା ମଧ୍ୟପ୍ରଦେଶରେ ଚିତାଙ୍କ ତୃତୀୟ ଆବାସ ହୋଇଯିବ। ପ୍ରଦେଶରେ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ
ମପ୍ରରେ କୁନୋ ଏବଂ ଗାନ୍ଧୀସାଗର ପରେ ଏବେ ବୀରାଙ୍ଗନା ଦୁର୍ଗାବତୀ ଟାଇଗର ରିଜର୍ଭ ହେବ ଚିତାଙ୍କ ତୃତୀୟ ଆବାସ


ଭୋପାଳ, ୦୬ ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବୁଧବାର, ୦୭ ଅକ୍ଟୋବରରେ ବୀରାଙ୍ଗନା ଦୁର୍ଗାବତୀ ଟାଇଗର ରିଜର୍ଭରେ କୁନୋରୁ ଅଣାଯାଇଥିବା ଦୁଇଟି ଚିତାକୁ ଛାଡିବେ। ଏହା ସହିତ ଏହା ମଧ୍ୟପ୍ରଦେଶରେ ଚିତାଙ୍କ ତୃତୀୟ ଆବାସ ହୋଇଯିବ। ପ୍ରଦେଶରେ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହର ସମାପନ ଅବସରରେ ସାଗର ଏବଂ ବୁନ୍ଦେଲଖଣ୍ଡରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ିବାକୁ ଯାଉଛି।

ଜନସମ୍ପର୍କ ଅଧିକାରୀ କେକେ ଯୋଶୀ ମଙ୍ଗଳବାର କହିଛନ୍ତି ଯେ, ଚିତାଙ୍କ ଉପସ୍ଥିତିରେ ସାଗର ଏବଂ ବୁନ୍ଦେଲଖଣ୍ଡରେ ବନ୍ୟଜୀବ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବା ସହିତ ରୋଜଗାର ଏବଂ ସ୍ଥାନୀୟ ଅର୍ଥନୀତି ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ଦେଶର ବିଭିନ୍ନ ଅଂଚଳରୁ ପର୍ଯ୍ୟଟକ ଏଠାକୁ ପହଂଚିବେ, ଯାହା ଫଳରେ ହୋଟେଲ, ରିସର୍ଟ, ହୋମ-ଷ୍ଟେ, ପରିବହନ, ଗାଇଡ, ଯାନ ଚାଳକ, ଛୋଟ ବ୍ୟବସାୟ ଏବଂ ହସ୍ତଶିଳ୍ପ ସହିତ ଜଡ଼ିତ ଲୋକମାନେ ଲାଭ ପାଇବେ। ଆଖପାଖର ଗ୍ରାମୀଣ ଅଂଚଳରେ ମଧ୍ୟ ପର୍ଯ୍ୟଟନ ଆଧାରିତ ଆର୍ôଥକ କାର୍ଯ୍ୟକଳାପକୁ ଗତି ମିଳିବ।

ସେ କହିଛନ୍ତି ଯେ, କୁନୋ ଜାତୀୟ ଉଦ୍ୟାନ ଏବଂ ଗାନ୍ଧୀସାଗର ବନ୍ୟଜୀବ ଅଭୟାରଣ୍ୟ ପରେ ବୀରାଙ୍ଗନା ଦୁର୍ଗାବତୀ ଟାଇଗର ରିଜର୍ଭକୁ ମଧ୍ୟପ୍ରଦେଶରେ ଚିତାଙ୍କ ତୃତୀୟ ଆବାସ ଭାବରେ ବିକଶିତ କରାଯାଇଛି। ଚିତାଙ୍କ ସୁରକ୍ଷା ଏବଂ ଅନୁକୂଳନ ପାଇଁ ପ୍ରାୟ ୪୩୯ ହେକ୍ଟର ଅଂଚଳରେ ବିଶେଷ ବ୍ୟବସ୍ଥା କରାଯାଇଛି। ଆଧୁନିକ ବାଡ଼ ଏବଂ ଅନ୍ୟାନ୍ୟ ସୁବିଧାରେ ସଜ୍ଜିତ ସୁରକ୍ଷିତ ଆବାସ ପ୍ରସ୍ତୁତ କରାଯାଇଛି। ବନ ବିଭାଗ ଦ୍ୱାରା ଚିତାଙ୍କ ସୁରକ୍ଷା, ନିୟମିତ ନିରୀକ୍ଷଣ ଏବଂ ସ୍ୱାସ୍ଥ୍ୟ ଯତ୍ନର ସମୁଚିତ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ଏହା ସହିତ, ଅଂଚଳରେ ଥିବା ଅନ୍ୟ ବନ୍ୟଜୀବଙ୍କ ପାଇଁ ମଧ୍ୟ ସୁରକ୍ଷିତ ଏବଂ ଅନୁକୂଳ ପାରିସ୍ଥିତିକ ତନ୍ତ୍ର ବିକଶିତ କରାଯାଇଛି।

---------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande