ମଣିପୁରରେ ଅନେକ ଉଗ୍ରବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ
ଇମ୍ଫାଲ, ୬ ଅକ୍ଟୋବର (ହି.ସ.)- ମଣିପୁର ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଦ୍ୱାରା କ୍ରମାଗତ ଅପରେସନ ସମୟରେ ଗତ ୨୪ ଘଂଟା ମଧ୍ୟରେ ଅନେକ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି ଏବଂ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ମଙ୍ଗଳବାର ଦିନ ମଣିପୁର ପୋଲିସ ମୁଖ୍ୟାଳୟ ଦ୍ୱାରା ଜାରି ହୋଇଥିବା
ମଣିପୁରରେ ଅନେକ ଉଗ୍ରବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ


ଇମ୍ଫାଲ, ୬ ଅକ୍ଟୋବର (ହି.ସ.)- ମଣିପୁର ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଦ୍ୱାରା କ୍ରମାଗତ ଅପରେସନ ସମୟରେ ଗତ ୨୪ ଘଂଟା ମଧ୍ୟରେ ଅନେକ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି ଏବଂ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି।

ମଙ୍ଗଳବାର ଦିନ ମଣିପୁର ପୋଲିସ ମୁଖ୍ୟାଳୟ ଦ୍ୱାରା ଜାରି ହୋଇଥିବା ସରକାରୀ ବିବୃତି ଅନୁଯାୟୀ, ଗତ ସୋମବାର ଏଣ୍ଡ୍ରୋ ପୋଲିସ ଷ୍ଟେସନରେ ଦାଖଲ ହୋଇଥିବା ଏଫ୍.ଆଇ.ଆର. ସମ୍ବନ୍ଧରେ, ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ, ସି. ଡି. ଓ./ଇମ୍ଫାଲ ପୂର୍ବ, ଏଣ୍ଡ୍ରୋ ପୋଲିସ ଷ୍ଟେସନ ଏବଂ ସୁରକ୍ଷା ବାହିନୀର ଏକ ମିଳିତ ଟିମ୍ ଇମ୍ଫାଲ ପୂର୍ବ ଥମ୍ବଲନୁ ମାର୍କେଟରେ ଏକ ସର୍ଚ୍ଚ ଅପରେସନ କରିଥିଲେ। ସେଠାରୁ ଶାମସୁଦୁହା ଓରଫ ଇଟନ୍ (୨୩)କୁ ଗିରଫ କରାଯାଇଥିଲା।

ବେଆଇନ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ବିସ୍ଫୋରକ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨୦୨୬ ମସିହା ଜୁଲାଇ ମାସରେ ସେ ଦୁଇ ଜଣ ମହିଳାଙ୍କ ଜରିଆରେ ତାଙ୍କର ଜଣେ ସହଯୋଗୀଙ୍କୁ ଏକ ହ୍ୟାଣ୍ଡ୍ ଗ୍ରେନେଡ୍ ୧୦,୦୦୦ ଟଙ୍କାରେ ବିକ୍ରି କରିବା ପାଇଁ ସପ୍ଲାଇ କରିଥିଲେ । ପରବର୍ତୀ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୁକ୍ତକୁ ଏଣ୍ଡ୍ରୋ ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଛି।

ସେହିଦିନ, ଏକ ଗୁପ୍ତ ସୂଚନା ଆଧାରରେ, ହେଙ୍ଗଲେପ୍ ପୋଲିସ ଷ୍ଟେସନ ଏବଂ ସୁରକ୍ଷା ବାହିନୀର ଏକ ମିଳିତ ଦଳ କୁକିମୁନ୍ ଗ୍ରାମ ଅଂଚଳରେ ଏକ କମ୍ବିଂ ଅପରେସନ କରିଥିଲେ। ଉକ୍ତ ଅଂଚଳରେ ଖୋଜାଖୋଜି କରିବା ପରେ ଦଳ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ବିସ୍ଫୋରକ ସାମଗ୍ରୀ ପାଇଥିଲେ, ଯେଉଁଥିରେ ମୁଖ୍ୟତଃ ଦୁଇଟି ୦୯ ଏମ୍.ଏମ୍. ସି.ଏମ୍.ଜି., ମାଗାଜିନ୍ ସହିତ ୦୯ ଏମ୍.ଏମ୍.ର ତିନୋଟି ପିସ୍ତଲ, ସାତଟି ସିଙ୍ଗଲ୍ ବ୍ୟାରେଲ୍ ବୋଲ୍ଟ୍ ଆକ୍ସନ୍ ଗନ୍, ପାଂଚ ରାଉଣ୍ଡ ୦.୨୨ ଏମ୍.ଏମ୍. ଲାଇଭ୍, ଦୁଇଟି ଇମ୍ପ୍ରୋଭାଇଜଡ୍ ମୋର୍ଟାର୍ (ପମ୍ପ), ଗୋଟିଏ ନମ୍ବର ୩୬ ହ୍ୟାଣ୍ଡ୍ ଗ୍ରେନେଡ୍, ଗୋଟିଏ ମୋର୍ଟାର୍ ବୋମା ଥିଲା। ସମସ୍ତ ଆପତିଜନକ ସାମଗ୍ରୀ ଜବତ କରାଯାଇ ହେଙ୍ଗଲେପ ଥାନାକୁ ହସ୍ତାନ୍ତର କରାଯାଇଥିଲା।

ଅନ୍ୟ ଏକ ଅପରେସନ ସମୟରେ ମିଆଁମାରରେ ନିଯୁକ୍ତି ଏବଂ ଚୋରାଚାଲାଣରେ ସମ୍ପୃକ୍ତ ଉଗ୍ରବାଦୀ ସଂଗଠନ ପ୍ରି-ପାକ୍ (ପ୍ରୋ) କ୍ୟାଡରମାନଙ୍କୁ ଗିରଫ କରାଯାଇଥିଲା। ଗତ ଅକ୍ଟୋବର ୪ ତାରିଖରେ, ସି. ଡି. ଓ. ୟୁନିଟ୍, କାକଚିଙ୍ଗ ର ଏକ ମିଳିତ ଦଳ ସୋରା ବଜାରରେ ଏକ ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେସନ କରିଥିଲେ ଏବଂ ପ୍ରି-ପାକ୍ (ପ୍ରୋ) ର ଜଣେ ସକ୍ରିୟ କ୍ୟାଡର, ମୋ. ସିଦ୍ଦିକି (୨୬)କୁ ଗିରଫ କରିଥିଲେ। ତା’ ଠାରୁ ଏକ ରେଶମୀ ରୂପା ରଙ୍ଗର ଇକୋ ଭ୍ୟାନ୍ (ଏଏସ୍-୧୨ଏଇ-୮୨୮୭) ଏବଂ ଏକ ନକଲି ଆଧାର କାର୍ଡ ଜବତ କରାଯାଇଥିଲା।

ଯାଂଚ୍ ରୁ ଜଣାପଡିଛି ଯେ, ସେ ନୂତନ ଭାବେ ଭର୍ତି ହୋଇଥିବା କ୍ୟାଡ଼ର ମାନଙ୍କ ନିମନ୍ତେ ନକଲି ଆଧାର କାର୍ଡ଼ ର ବ୍ୟବସ୍ଥା କରି, ଜବତ କରାଯାଇଥିବା ଇକୋ ଭ୍ୟାନ୍ ରେ ସେମାନଙ୍କୁ ମିଆଁମାର ପହଂଚାଇବାରେ ସାମିଲ୍ ଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande