କଡ଼ା ସୁରକ୍ଷା ମଧ୍ୟରେ ଆସାମରେ ନାଗାଓଁ ଲୋକସଭା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ
ନାଗାଓଁ (ଆସାମ), ଅକ୍ଟୋବର 6 (ହି.ସ): କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ 7ଟାରେ ନାଗାଓଁ ଲୋକସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ନାଗାଓଁ ଏବଂ ମୋରିଗାଓଁ ଜିଲ୍ଲା ପ୍ରଶାସନ ଦ୍ୱାରା ଏହା ନିଶ୍ଚିତ କରାଯାଇଛି। ଅପରାହ୍ନ 5ଟାରେ ମତଦାନ ଶେଷ ହେବ। ମୋଟ 19,02,009 ଭୋଟରମାନ
असमः नगांव लोक सभा उप चुनाव के लिए सुरक्षा मैं तैनात सुरक्षा कर्मियों का दृश्य। फोटो इंटरनेट मीडिया


ନାଗାଓଁ (ଆସାମ), ଅକ୍ଟୋବର 6 (ହି.ସ): କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ 7ଟାରେ ନାଗାଓଁ ଲୋକସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ନାଗାଓଁ ଏବଂ ମୋରିଗାଓଁ ଜିଲ୍ଲା ପ୍ରଶାସନ ଦ୍ୱାରା ଏହା ନିଶ୍ଚିତ କରାଯାଇଛି। ଅପରାହ୍ନ 5ଟାରେ ମତଦାନ ଶେଷ ହେବ। ମୋଟ 19,02,009 ଭୋଟରମାନେ ନିର୍ବାଚନରେ 15 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ।

ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉପ-ନିର୍ବାଚନରେ ମୁଖ୍ୟତଃ ବିଜେପି, କଂଗ୍ରେସ ଏବଂ ଏ. ଆଇ. ୟୁ. ଡି. ଏଫ୍. ମଧ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି।

ମୋଟ ଭୋଟରଙ୍କ ମଧ୍ୟରେ 9,58,595 ପୁରୁଷ, 9,43,364 ମହିଳା ଏବଂ 50 ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ନିର୍ବାଚନ ମଣ୍ଡଳୀରେ ପାଞ୍ଚଟି ସହାୟକ ମତଦାନ କେନ୍ଦ୍ର ସମେତ ମୋଟ 2,112 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଏଗୁଡ଼ିକ ମଧ୍ୟରେ ପାଞ୍ଚଟି ଆଦର୍ଶ ମତଦାନ କେନ୍ଦ୍ର ଏବଂ 335ଟି ମହିଳା ପରିଚାଳିତ ମତଦାନ କେନ୍ଦ୍ର ରହିଛି।

ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମୋଟ 9,664 ମତଦାନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ମତଦାନ କର୍ମଚାରୀମାନେ ଆବଶ୍ୟକ ନିର୍ବାଚନ ସାମଗ୍ରୀ ସହିତ ସେମାନଙ୍କ ନିର୍ଦ୍ଧାରିତ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି।

ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରାଗ ଗୋୟଲଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ଏବଂ ଆଦର୍ଶ ଆଚରଣ ବିଧିର ପ୍ରଭାବୀ ପାଳନ ସମେତ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ନିରୀକ୍ଷଣ ପାଇଁ 86 ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ 69ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ଏବଂ 69ଟି ଷ୍ଟାଟିକ୍ ସର୍ଭିଲେନ୍ସ ଟିମ୍ ମଧ୍ୟ ସକ୍ରିୟ ଅଛନ୍ତି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande