ଇଣ୍ଡି ମେଣ୍ଟର ସଂସଦରୁ ନିର୍ବାଚନ ଆୟୋଗ ପର୍ଯ୍ୟନ୍ତ ମାର୍ଚ୍ଚ, ସିଇସିଙ୍କ ଇସ୍ତଫା ଓ ଏସ୍ଆଇଆର୍ ପ୍ରକ୍ରିୟାକୁ ବିରୋଧ, ନୀତି ଆୟୋଗ ନିକଟରେ ଅଟକାଇ ଦିଆଗଲା, ଅନେକ ନେତା ଅଟକ
ନୂଆଦିଲ୍ଲୀ, ଅକ୍ଟୋବର 6 (ହି.ସ) : ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ‘ଏସ୍ଆଇଆର୍’ ପ୍ରକ୍ରିୟାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ମଙ୍ଗଳବାର ‘ଇଣ୍ଡି’ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ସଂସଦରୁ ଭାରତୀୟ ନିର୍ବାଚନ ଆୟୋଗର ମୁଖ୍ୟାଳୟ ପର୍ଯ୍ୟନ୍ତ ମାର୍ଚ୍ଚ ଆରମ୍ଭ କରି
सीईसी ज्ञानेश कुमार के खिलाफ विरोध मार्च में सपा कार्यकर्ता शामिल हुए।


ନୂଆଦିଲ୍ଲୀ, ଅକ୍ଟୋବର 6 (ହି.ସ) : ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ‘ଏସ୍ଆଇଆର୍’ ପ୍ରକ୍ରିୟାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ମଙ୍ଗଳବାର ‘ଇଣ୍ଡି’ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ସଂସଦରୁ ଭାରତୀୟ ନିର୍ବାଚନ ଆୟୋଗର ମୁଖ୍ୟାଳୟ ପର୍ଯ୍ୟନ୍ତ ମାର୍ଚ୍ଚ ଆରମ୍ଭ କରିଛନ୍ତି। ଦିଲ୍ଲୀ ପୁଲିସ ଆକାଶବାଣୀ ନିକଟରେ ଅନେକ ନେତାଙ୍କୁ ଅଟକ ରଖିଛି। ରାହୁଲ ଗାନ୍ଧୀ ଆକାଶବାଣୀ ଭବନ ଭିତରେ ଅଛନ୍ତି।

ସଂସଦ ଭବନର ମକର ଦ୍ୱାରରୁ ଆରମ୍ଭ ହୋଇଥିବା ଏହି ମାର୍ଚ୍ଚକୁ ସୁରକ୍ଷା ବଳ ନୀତି ଆୟୋଗ କାର୍ଯ୍ୟାଳୟ ନିକଟରେ ବ୍ୟାରିକେଡ୍ ଲଗାଇ ଅଟକାଇ ଦେଇଥିଲେ। ଆଗକୁ ବଢ଼ିବାକୁ ଅନୁମତି ନମିଳିବାରୁ ବିରୋଧୀ ସାଂସଦମାନେ ରାସ୍ତା ଉପରେ ବସି କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗ ବିରୋଧରେ ଜୋରଦାର ନାରାବାଜି କରିବା ସହ ପ୍ରଦର୍ଶନ କରିଥିଲେ। ଏହି ମାର୍ଚ୍ଚରେ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବାମପନ୍ଥୀ ଦଳଗୁଡ଼ିକର ସାଂସଦଙ୍କ ସହ ବିଜୁ ଜନତା ଦଳ (ବିଜେଡି)ର ସାଂସଦମାନେ ମଧ୍ୟ ସାମିଲ ହୋଇଥିଲେ।

ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟଗୁଡ଼ିକୁ ନେଇ କଟାକ୍ଷ କରି ଗଣମାଧ୍ୟମକୁ କହିଛନ୍ତି ଯେ, “ଦିଲ୍ଲୀରେ ବିଜେପିକୁ ଏତେ ବଡ଼ କାର୍ଯ୍ୟାଳୟ ନିର୍ମାଣ କରିବାର ଆବଶ୍ୟକତା ହିଁ କ’ଣ ଥିଲା? ସେମାନେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ହିଁ ଗୋଟିଏ ମହଲା ନେଇ ସେଠାରୁ କାମ କରିଥିଲେ ଅଧିକ ଭଲ ହୋଇଥାନ୍ତା। ଏଭଳି ଲାଗୁଛି ଯେ, ଆୟୋଗଙ୍କ ନଜରରେ କେବଳ ବିଜେପି କର୍ମୀମାନେ ହିଁ ଦେଶର ନାଗରିକ ଓ ଭୋଟର।” ସେ ଦାବି କରିଛନ୍ତି ଯେ, ଉତ୍ତରପ୍ରଦେଶର କୁନ୍ଦରକୀ, ମୀରାପୁର, ଅଯୋଧ୍ୟା ଓ ଆମ୍ବେଦକର ନଗର ଉପନିର୍ବାଚନ ସହ ପଶ୍ଚିମବଙ୍ଗରେ ମଧ୍ୟ ମେସିନାରୀର ଦୁରୁପଯୋଗ କରି ଜନାଦେଶ ଛଡ଼ାଇ ନିଆଯାଇଥିଲା।

ଅଖିଳେଶ ଅଭିଯୋଗ କରିଛନ୍ତି ଯେ, ନନ୍ଦଲାଲ ନିଷାଦଙ୍କ ନାମରେ ଜାଲିଆତି ସ୍ୱାକ୍ଷର କରି ଫର୍ମ-୭ ପୂରଣ କରାଇବା ଏବଂ ବୈଧ ଭୋଟରମାନଙ୍କ ନାମ କାଟିବା ନେଇ ଔପଚାରିକ ଅଭିଯୋଗ ସତ୍ତ୍ୱେ ଆୟୋଗ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନାହାନ୍ତି। ‘ଓ୍ୱାନ୍ ନେସନ୍, ଓ୍ୱାନ୍ ଇଲେକ୍ସନ୍’ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସେ କହିଛନ୍ତି ଯେ, ଏହି ବ୍ୟବସ୍ଥା ଗୋଟିଏ ଥରରେ ନିର୍ବାଚନୀ ହେରଫେର କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବିନା ବାଧାରେ କ୍ଷମତାରେ ରହିବାର ଏକ ଷଡ଼ଯନ୍ତ୍ର। ଏହାକୁ ଜନସାଧାରଣ ଗ୍ରହଣ କରିବେ ନାହିଁ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande