‘ସୁଭାଷିତମ୍’ ଜରିଆରେ ଶ୍ରେଷ୍ଠ ମଣିଷର ଗୁଣ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ, ଅକ୍ଟୋବର 6 (ହି.ସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ସବୁଦିନ ଭଳି ଏକ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ‘ସୁଭାଷିତମ୍’ ସେୟାର କରିଛନ୍ତି। ସେ ‘ସୁଭାଷିତମ୍’ ଭାବେ ଏହି ଶ୍ଳୋକ—“ଜ୍ଞାନବାଂଶ୍ଚ ତଥା ବାଗ୍ମୀ କର୍ମସ୍ୱପି ଚ ନିଷ୍ଠିତଃ। ଏବଂ ଯୁକ୍ତୋଽପି ନ ଶ୍ରେୟାନ୍ ଯଦି ଶୀଳବିବର୍ଜିତ
प्रधानमंत्री नरेन्द्र मोदी की एक्स पोस्ट।


ନୂଆଦିଲ୍ଲୀ, ଅକ୍ଟୋବର 6 (ହି.ସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ସବୁଦିନ ଭଳି ଏକ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ‘ସୁଭାଷିତମ୍’ ସେୟାର କରିଛନ୍ତି। ସେ ‘ସୁଭାଷିତମ୍’ ଭାବେ ଏହି ଶ୍ଳୋକ—“ଜ୍ଞାନବାଂଶ୍ଚ ତଥା ବାଗ୍ମୀ କର୍ମସ୍ୱପି ଚ ନିଷ୍ଠିତଃ। ଏବଂ ଯୁକ୍ତୋଽପି ନ ଶ୍ରେୟାନ୍ ଯଦି ଶୀଳବିବର୍ଜିତଃ॥”—ଉଦ୍ଧୃତ କରିଛନ୍ତି। ଏହା ମାଧ୍ୟମରେ ମଣିଷକୁ ଶ୍ରେଷ୍ଠ କରୁଥିବା ଗୁଣଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ‘ସୁଭାଷିତମ୍’ରେ ଥିବା ଏହି ଶ୍ଳୋକ ପ୍ରାଚୀନ ଗ୍ରନ୍ଥ ‘ସମରାଙ୍ଗଣସୂତ୍ରଧାର’ରୁ ନିଆଯାଇଛି। ‘ସମରାଙ୍ଗଣସୂତ୍ରଧାର’ ବାସ୍ତୁଶାସ୍ତ୍ର ଓ ସ୍ଥାପତ୍ୟକଳା ସମ୍ପର୍କିତ ଏକ ପ୍ରସିଦ୍ଧ ଗ୍ରନ୍ଥ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ୍ସ ପୋଷ୍ଟରେ ଏହାର ଅର୍ଥ କୁହାଯାଇଛି—“ଯେଉଁ ମଣିଷ ଜ୍ଞାନୀ, ବାକ୍ପଟୁ ଏବଂ କର୍ମରେ ଦକ୍ଷ ହେବା ସହ ଶୀଳ ଓ ସଦାଚାରରେ ଯୁକ୍ତ, ସେହି ବ୍ୟକ୍ତି ହିଁ ସଂସାରରେ ପ୍ରକୃତରେ ଶ୍ରେଷ୍ଠ ବୋଲି କୁହାଯାଏ।”

ସଂସ୍କୃତ ଭାଷାରେ ରଚିତ ‘ସମରାଙ୍ଗଣସୂତ୍ରଧାର’ ଧାରର ପ୍ରସିଦ୍ଧ ପରମାର ରାଜା ଭୋଜ (ଭୋଜଦେବ)ଙ୍କ ଦ୍ୱାରା ଏକାଦଶ ଶତାବ୍ଦୀରେ ରଚନା କରାଯାଇଥିଲା। ଏଥିରେ ଭବନ ନିର୍ମାଣ, ନଗର ଯୋଜନା, ଦୁର୍ଗ (କିଲ୍ଲା) ନିର୍ମାଣ, ମୂର୍ତ୍ତିକଳା ଏବଂ ଏପରିକି ବିଭିନ୍ନ ପ୍ରକାରର ଯନ୍ତ୍ର ଓ ବିମାନ ନିର୍ମାଣର ସିଦ୍ଧାନ୍ତ ସମ୍ପର୍କରେ ମଧ୍ୟ ବର୍ଣ୍ଣନା ମିଳିଥାଏ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande