ଆଜି ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କରିବେ ସୁନାବେଡ଼ାରେ ହାଲ୍ ପରିଦର୍ଶନ
ଭୁବନେଶ୍ୱର, 06 ଅକ୍ଟୋବର (ହି.ସ.) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ କାଳରେ ସେ କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ହାଲ୍‌) ପରିଦର୍ଶନ କରିବେ। ରାଜନାଥ ସିଂ ସୁନାବେଡ଼ାରେ ହାଲ୍‌ ପରିଦର୍ଶନ ସମୟରେ
ରାଜନାଥ ସିଂ


ଭୁବନେଶ୍ୱର, 06 ଅକ୍ଟୋବର (ହି.ସ.) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ କାଳରେ ସେ କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ହାଲ୍‌) ପରିଦର୍ଶନ କରିବେ।

ରାଜନାଥ ସିଂ ସୁନାବେଡ଼ାରେ ହାଲ୍‌ ପରିଦର୍ଶନ ସମୟରେ ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟ ଏବଂ ଚାଲୁଥିବା ପ୍ରକଳ୍ପର ସମୀକ୍ଷା କରିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିବେ । ତାଙ୍କ ଗସ୍ତକୁ ନେଇ ହାଲ୍‌ ପରିସର ସମେତ ସୁନାବେଡ଼ା ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ହାଲ୍‌ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାସ୍ତାଘାଟ, ହାଲ୍‌ ପରିସର ଓ ଗସ୍ତ ସମ୍ପର୍କିତ ଅନ୍ୟାନ୍ୟ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande