
ନୂଆଦିଲ୍ଲୀ, ୦୬ ଅକ୍ଟୋବର (ହି.ସ.)- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ବିଶାଖାପଟ୍ଟଣମର ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡରେ ପ୍ରଥମ ଫ୍ଲିଟ୍ ସପୋର୍ଟ ଶିପ୍ ‘ସୂର୍ଯ୍ୟ’ ଲଂଚ କରିଛନ୍ତି। ଏହା ବ୍ୟତୀତ ଦ୍ୱିତୀୟ ଫ୍ଲିଟ୍ ସପୋର୍ଟ ଶିପ୍ ଏଫଏସଏସ-୫ର କିଲ୍ ରଖିଥିଲେ ଏବଂ ଅପଗ୍ରେଡେଡ୍ ସ୍ଲିପୱେ-୪ ଏବଂ ୩୦୦ ଟନର ଗୋଲିଆଥ୍ କ୍ରେନର ଉଦ୍ଘାଟନ କରିଥିଲେ। ଏଗୁଡ଼ିକ ଭାରତର ସ୍ୱଦେଶୀ ଶିପବିଲ୍ଡିଂ କ୍ଷମତାକୁ ମଜବୁତ କରିବା ଏବଂ ଭାରତୀୟ ନୌସେନାର ଅପରେସନାଲ କ୍ଷମତା ଏବଂ ସହନଶୀଳତା ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରତିରକ୍ଷା ମନ୍ତ୍ରୀ ବିଶାଖାପଟ୍ଟଣମକୁ ବଡ଼ ମ୍ୟାରିଟାଇମ୍ ଇଣ୍ଡଷ୍ଟ୍ରିଆଲ ହବ୍ ଭାବେ ବିକଶିତ କରିବାକୁ ଆହ୍ୱାନ କରିଥିଲେ ଏବଂ ଭାରତୀୟ ଶିପୟାର୍ଡଗୁଡ଼ିକୁ ଆତ୍ମନିର୍ଭରତାରୁ ଆଗକୁ ବଢ଼ି ବିଶ୍ୱ ପ୍ରତିଯୋଗିତା ଦିଗରେ ଆଗେଇବାକୁ ଅନୁରୋଧ କରିଥିଲେ।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଏହି ତିନୋଟି ମାଇଲଷ୍ଟୋନର ଗୁରୁତ୍ୱ ଅଲଗା ଅଲଗା ଉପଲବ୍ଧିଠାରୁ ବହୁତ ଅଧିକ। ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ୍ କେବଳ ନିଜର ଜାହାଜ ନିର୍ମାଣ କ୍ଷମତାକୁ ମଜବୁତ କରୁନାହିଁ, ବରଂ ଭାରତର ସାମୁଦ୍ରିକ ଶକ୍ତିର ଭିତିକୁ ମଧ୍ୟ ମଜବୁତ କରୁଛି। ସେ ୧୯୪୮ ମସିହାରେ ବିଶାଖାପଟ୍ଟଣମରେ ସ୍ୱାଧୀନ ଭାରତରେ ନିର୍ମିତ ପ୍ରଥମ ଜାହାଜ ‘ଜଳା ଉଷା’ର ଲଚିଂଗକୁ ମନେ ପକାଇ ଭାରତର ପୁରୁଣା ସାମୁଦ୍ରିକ ଐତିହ୍ୟ ଉପରେ ଜୋର ଦେଇ କହିଥିଲେ ଯେ ଦେଶର ସମୁଦ୍ର ସହ ସମ୍ପର୍କ ବହୁ ପୁରୁଣା ସମୟରୁ ରହିଛି। ସେ ଆଠ ଦଶକରୁ ଅଧିକ ସମୟ ଧରି ଦେଶର ସାମୁଦ୍ରିକ ଏବଂ ପ୍ରତିରକ୍ଷା ଆବଶ୍ୟକତାରେ ଏହାର ଅବଦାନକୁ ପ୍ରଶଂସା କରିଥିଲେ।
ଫ୍ଲିଟ୍ ସପୋର୍ଟ ଶିପ୍ ପ୍ରୋଗ୍ରାମ ବିଷୟରେ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଏହି ଜାହାଜଗୁଡ଼ିକ ହିନ୍ଦ ମହାସାଗର ଅଂଚଳରେ ନୌସେନାର ପହଂଚ, ଶକ୍ତି ଏବଂ ଅପରେସନାଲ ପ୍ରଭାବକୁ ମଜବୁତ କରିବ। ସେ କହିଥିଲେ ଯେ ଦୂର ସାମୁଦ୍ରିକ ଅଂଚଳରେ ଦୀର୍ଘ ସମୟ ଧରି କାମ କରୁଥିବା ନେଭିକୁ କେବଳ ଯୁଦ୍ଧଜାହାଜ ନୁହେଁ, ବରଂ ଲଜିଷ୍ଟିକ୍ସ, ମେଂଟେନାନ୍ସ, ନିରନ୍ତର ସପୋର୍ଟ ଏବଂ ଅପରେସନାଲ ଶକ୍ତି ମଧ୍ୟ ଆବଶ୍ୟକ। ଫ୍ଲିଟ୍ ସପୋର୍ଟ ଶିପ୍ସ ସମୁଦ୍ରରେ ସାମଗ୍ରୀ ଭରି ଏବଂ ନେଭିର ଅପରେସନ୍ସକୁ ନିରନ୍ତର ସପୋର୍ଟ ଦେଇ ଏହି ଆବଶ୍ୟକ କ୍ଷମତା ପ୍ରଦାନ କରେ। ପ୍ରତିରକ୍ଷା ମନ୍ତ୍ରୀ ଶିପ୍ ‘ସୂର୍ଯ୍ୟ’ର ଲଂଚକୁ ନେଭିର ଅପରେସନାଲ ପହଂଚ ଏବଂ ଶକ୍ତିକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ।
-----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ