ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଥିବାରୁ ମୋଦୀଙ୍କୁ କ୍ୟାବିନେଟ ଅଭିନନ୍ଦନ ଜଣାଇବା ସହ ସଂକଳ୍ପ ପାରିତ କଲା
ନୂଆଦିଲ୍ଲୀ, ଅକ୍ଟୋବର ୬ (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଏବଂ ପରେ ପ୍ରଧାନମନ୍ତ୍ରୀ ଭାବେ ୨୫ ବର୍ଷ ପୂରଣ କରିବା ଅବସରରେ କେନ୍ଦ୍ର କ୍ୟାବିନେଟ ତାଙ୍କୁ ଅଭିନନ୍ଦନ ଜଣାଇ ଏକ ସଂକଳ୍ପ ପାରିତ କରିଛନ୍ତି। ମୋଦୀ ୭ ଅକ୍ଟୋବର ୨୦୦୧ ରୁ ୭ ଅକ୍ଟୋବର ୨୦୨୬ ପର୍ଯ୍ୟନ
ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଥିବାରୁ ମୋଦୀଙ୍କୁ କ୍ୟାବିନେଟ ଅଭିନନ୍ଦନ ଜଣାଇବା ସହ ସଂକଳ୍ପ ପାରିତ କଲା


ନୂଆଦିଲ୍ଲୀ, ଅକ୍ଟୋବର ୬ (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଏବଂ ପରେ ପ୍ରଧାନମନ୍ତ୍ରୀ ଭାବେ ୨୫ ବର୍ଷ ପୂରଣ କରିବା ଅବସରରେ କେନ୍ଦ୍ର କ୍ୟାବିନେଟ ତାଙ୍କୁ ଅଭିନନ୍ଦନ ଜଣାଇ ଏକ ସଂକଳ୍ପ ପାରିତ କରିଛନ୍ତି। ମୋଦୀ ୭ ଅକ୍ଟୋବର ୨୦୦୧ ରୁ ୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସରକାରର ମୁଖ୍ୟ ଭାବରେ କ୍ରମାଗତ ୨୫ ବର୍ଷ ପୂରଣ କରୁଛନ୍ତି।

ମଙ୍ଗଳବାର ଦିନ ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷର ସେବା ଭାରତୀୟ ଗଣତନ୍ତ୍ରର ଶକ୍ତି ଏବଂ ଜୀବନ୍ତତାର ପ୍ରମାଣ।

ମନ୍ତ୍ରୀ କହିଥିଲେ ଯେ ଏକ ସାଧାରଣ ପରିବାରରୁ ଆସିଥିବା ଜଣେ ବ୍ୟକ୍ତି, ଯିଏ ଦେଶର ସେବା ପ୍ରତି ସମର୍ପିତ ଏବଂ ଜନସାଧାରଣଙ୍କ ଦ୍ୱାରା ନିରନ୍ତର ସମର୍ôଥତ, ଭାରତୀୟ ଗଣତନ୍ତ୍ରର ଶକ୍ତିର ଏକ ଉତମ ଉଦାହରଣ। ମୋଦୀଙ୍କୁ ତାଙ୍କ କାର୍ଯ୍ୟଶୈଳୀ, ନୀତି ଏବଂ ଉଦ୍ଦେଶ୍ୟ ଯୋଗୁଁ ଲୋକଙ୍କ ସମର୍ଥନ ମିଳିଛି।

ବୈଷ୍ଣବ କହିଥିଲେ ଯେ ଗୁଜରାଟରେ ବିପୁଳ ଜନାଦେଶ ଏବଂ ପ୍ରଧାନମନ୍ତ୍ରୀ ଭାବେ ଲଗାତର ତିନୋଟି ଲୋକସଭା ନିର୍ବାଚନରେ ଐତିହାସିକ ଜନାଦେଶ ଏହି ଆତ୍ମବିଶ୍ୱାସର ପ୍ରତୀକ। ସେ କହିଥିଲେ ଯେ ୨୫ ବର୍ଷ ମଧ୍ୟରେ ମୋଦୀ ଗୁଜରାଟର ବିକାଶ ଲକ୍ଷ୍ୟକୁ କେନ୍ଦ୍ର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛନ୍ତି।

କ୍ୟାବିନେଟ ସଂକଳ୍ପର ପ୍ରମୁଖ ବିଶେଷତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏଥିରେ ସମ୍ବେଦନଶୀଳତା ଏବଂ ସଶକ୍ତିକରଣ, ସଂସ୍କାରକୁ ତ୍ୱରାନ୍ୱିତ କରିବା, ଏକ ଆତ୍ମନିର୍ଭର ଭାରତ ନିର୍ମାଣ, ନାଗରିକମାନଙ୍କ ପାଇଁ ପ୍ରଯୁକ୍ତିକୁ ସୁବିଧାର ମାଧ୍ୟମ କରିବା ଏବଂ ନିର୍ଣ୍ଣାୟକ ନୀତି ଗ୍ରହଣ ଭଳି ଦିଗ ଉପରେ ଆଲୋକପାତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande