ରାଜ୍ୟ ସରକାରଙ୍କ କଲେଜ ନିର୍ବାଚନ ଘୋଷଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଏବିଭିପି ପକ୍ଷରୁ ସ୍ୱାଗତ
ବଲାଙ୍ଗୀର, ୦୭ ଅକ୍ଟୋବର(ହି.ସ.) – ଦୀର୍ଘ ବର୍ଷ ପରେ ଓଡ଼ିଶାର ମହାବିଦ୍ୟାଳୟଗୁଡ଼ିକରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ରାଜ୍ୟ ସରକାରଙ୍କ ନିର୍ବାଚନ ଘୋଷଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଏବିଭିପି ପକ୍ଷରୁ ସ୍ୱାଗତ କରାଯାଇଛି। ଆ
ରାଜ୍ୟ ସରକାରଙ୍କ କଲେଜ ନିର୍ବାଚନ ଘୋଷଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଏବିଭିପି ପକ୍ଷରୁ ସ୍ୱାଗତ


ବଲାଙ୍ଗୀର, ୦୭ ଅକ୍ଟୋବର(ହି.ସ.) – ଦୀର୍ଘ ବର୍ଷ ପରେ ଓଡ଼ିଶାର ମହାବିଦ୍ୟାଳୟଗୁଡ଼ିକରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ରାଜ୍ୟ ସରକାରଙ୍କ ନିର୍ବାଚନ ଘୋଷଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଏବିଭିପି ପକ୍ଷରୁ ସ୍ୱାଗତ କରାଯାଇଛି। ଆଗଲପୁର ପଂଚାୟତ ସମିତି ବାଣୀ ନିକେତନ ମହାବିଦ୍ୟାଳୟ, ରୋତ୍ରେ ଛାତ୍ରଛାତ୍ରୀମାନେ ନିର୍ବାଚନ ନେଇ ଖୁସି ପ୍ରକାଶ କରିଛନ୍ତି। ବିଗତ ସରକାର ସମୟରେ ପ୍ରାୟ ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା ବୋଲି ଛାତ୍ରଛାତ୍ରୀ କହିଛନ୍ତି। ବର୍ତମାନର ସରକାର ପୁଣି ନିର୍ବାଚନ ପାଇଁ ସବୁଜ ସଙ୍କେତ ଦେଇଥିବାରୁ କଲେଜ ପରିସରରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ଛାତ୍ର ସ୍ୱାର୍ଥ ଓ ଗଣତାନ୍ତ୍ରିକ ପରିବେଶକୁ ସୁଦୃଢ଼ କରିବାରେ ଛାତ୍ର ସଂସଦ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି। ଏଥିପାଇଁ ଏବିଭିପି ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande