ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୁକ୍ତ କୋର୍ଟ ଚାଲାଣ
କୋରାଇ, ୦୭ ଅକ୍ଟୋବର(ହି.ସ.) – ପାଣିକୋଇଲି ପୁଲିସ ଆଜି ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକକୁ ଗିରଫ କରି ଅଦାଲତ ଚାଲାଣ କରିଛି । ପ୍ରକାଶ ଯେ ଜହ୍ନା ଗ୍ରାମର ଜୈନିକ ବାଳିକା ପାଣିକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ସେ କଲେଜରେ ପଢୁଥିବା ବେଳେ ତାଙ୍କ ଗ୍ରାମର ୈକଳାସ
ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୁକ୍ତ କୋର୍ଟ ଚାଲାଣ


କୋରାଇ, ୦୭ ଅକ୍ଟୋବର(ହି.ସ.) – ପାଣିକୋଇଲି ପୁଲିସ ଆଜି ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକକୁ ଗିରଫ କରି ଅଦାଲତ ଚାଲାଣ କରିଛି । ପ୍ରକାଶ ଯେ ଜହ୍ନା ଗ୍ରାମର ଜୈନିକ ବାଳିକା ପାଣିକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ସେ କଲେଜରେ ପଢୁଥିବା ବେଳେ ତାଙ୍କ ଗ୍ରାମର ୈକଳାସ ସାହୁଙ୍କ ପୁଅ ଭରତ ସାହୁ (୨୬)ଙ୍କ ସହ ପ୍ରେମ ସର୍ମ୍ପକ ଥିଲା । ସେହି ସମୟରେ ସେ କିଛି ଅଶ୍ଳୀଳ ଫଟୋ ଉଠାଇଥିଲା । ବିବାହ କରିବା ନାଇଁ ବାଳିକା ଜଣଙ୍କ ମନା କରିବାରୁ ତାର ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଧମକ ଦେବା ସହ ରାସ୍ତା ଘାଟରେ ଅଟକାଇ ଧମକ ମଧ୍ୟ ଦେଉଥିଲା । ଫଳରେ ଯୁବତୀ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବା ଚିନ୍ତା କରୁଥିଲା । ଅଭିଯୋଗ ପରେ ପୁଲିସ ଏକ ମାମଲା ୩୫୮/୨୬ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଭରତକୁ ଧରି ଥାନାକୁ ଆଣିଥିଲା । ଏହି ମାମଲାରେ ଆଜି ଭରତକୁ ଅଦାଲତ ଚାଲାଣ କରାଯାଇଛି ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande