ଅଟଳ ସୁଡ଼ଙ୍ଗ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କୁଲୁ, ଅକ୍ଟୋବର ୭ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ହିମାଚଳ ପ୍ରଦେଶର ରୋହତାଙ୍ଗରେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିଛନ୍ତି। ସୁଡ଼ଙ୍ଗ ନିର୍ମାଣରେ ସୀମା ସଡ଼କ ସଂଗଠନ (ବି. ଆର. ଓ.) ର ଯୋଗଦାନକୁ ସେ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି କହିଲେ ଯେ ସ
ଅଟଳ ସୁଡ଼ଙ୍ଗ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


କୁଲୁ, ଅକ୍ଟୋବର ୭ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ହିମାଚଳ ପ୍ରଦେଶର ରୋହତାଙ୍ଗରେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିଛନ୍ତି। ସୁଡ଼ଙ୍ଗ ନିର୍ମାଣରେ ସୀମା ସଡ଼କ ସଂଗଠନ (ବି. ଆର. ଓ.) ର ଯୋଗଦାନକୁ ସେ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତି କହିଲେ ଯେ ସୀମା ସଡ଼କ ସଙ୍ଗଠନର ସମର୍ପଣ ଏବଂ କଠିନ ପରିଶ୍ରମ ଦ୍ୱାରା ନିର୍ମିତ ଅଟଳ ସୁଡ଼ଙ୍ଗ ବିଶ୍ୱ ମାନର ଇଞ୍ଜିନିୟରିଂର ଏକ ଉତ୍କୃଷ୍ଟ ଉଦାହରଣ। ସେ କହିଥିଲେ ଯେ ଏହି ସମ୍ମାନଜନକ ଭିତିଭୂମି ପ୍ରକଳ୍ପ ଦେଶର ସବୁଠାରୁ ଆହ୍ୱାନପୂର୍ଣ୍ଣ ଭୌଗୋଳିକ କ୍ଷେତ୍ରରେ ମଧ୍ୟ ନିରବଚ୍ଛିନ୍ନ ସଂଯୋଗ ସୁନିଶ୍ଚିତ କରିବା ଲାଗି ଭାରତର ବୈଷୟିକ ସାମର୍ଥ୍ୟ, ଦୃଢ଼ ସଂକଳ୍ପ ଏବଂ ପ୍ରତିବଦ୍ଧତାର ପ୍ରମାଣ।

ଅଟଳ ସୁଡ଼ଙ୍ଗ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ନିର୍ମାଣ ମନାଲିକୁ ଲାହୌଲ-ସ୍ପିତି ଉପତ୍ୟକା ସହିତ ବର୍ଷସାରା ଯୋଡ଼ିଥାଏ। ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି କିଲୋମିଟର ଲମ୍ବ ସୁଡ଼ଙ୍ଗର ଉଦଘାଟନ କରାଯାଇଥିଲା।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମନାଲି ବିଧାନସଭା କ୍ଷେତ୍ରର ବିଧାୟକ ଭୁବନେଶ୍ୱର ଗୌଡ଼ ଏବଂ ଲାହୌଲ-ସ୍ପିତିର ବିଧାୟକ ଅନୁରାଧା ରାଣା ମଧ୍ୟ ସ୍ୱତନ୍ତ୍ର ଭାବେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande