ଏମ ଭି ୭୯ ରେ ଅଟୋ ଡ୍ରାଇଭର ୱେଲଫେୟାର ସୋସାଇଟି ଗଠିତ
ମାଲକାନଗିରି , ୭ ଅକ୍ଟୋବର (ହି.ସ.) ଅଟୋ ଚାଳକମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ କଲ୍ୟାଣକୁ ଦୃଷ୍ଟିରେ ରଖି ଏମ ଭି ୭୯ ଠାରେ ଜୟ ଶ୍ରୀ ରାମ ଅଟୋ ଡ୍ରାଇଭର ୱେଲଫେୟାର ସୋସାଇଟି ଆଜି ଗଠନ କରାଯାଇଛି। ଏନେଇ ଅନୁଷ୍ଠିତ ସଭାରେ ଅଟୋ ଚାଳକମାନଙ୍କ ବିଭିନ୍ନ ସମସ୍ୟା, ଏକତା ଓ ସାମାଜିକ ଦାୟିତ୍ୱ ଉପରେ ଆଲୋଚନା ହୋ
ଏମ ଭି ୭୯ ରେ ଅଟୋ ଡ୍ରାଇଭର ୱେଲଫେୟାର ସୋସାଇଟି ଗଠିତ


ମାଲକାନଗିରି , ୭ ଅକ୍ଟୋବର (ହି.ସ.) ଅଟୋ ଚାଳକମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ କଲ୍ୟାଣକୁ ଦୃଷ୍ଟିରେ ରଖି ଏମ ଭି ୭୯ ଠାରେ ଜୟ ଶ୍ରୀ ରାମ ଅଟୋ ଡ୍ରାଇଭର ୱେଲଫେୟାର ସୋସାଇଟି ଆଜି ଗଠନ କରାଯାଇଛି। ଏନେଇ ଅନୁଷ୍ଠିତ ସଭାରେ ଅଟୋ ଚାଳକମାନଙ୍କ ବିଭିନ୍ନ ସମସ୍ୟା, ଏକତା ଓ ସାମାଜିକ ଦାୟିତ୍ୱ ଉପରେ ଆଲୋଚନା ହୋଇଥିଲା।ନୂତନ କର୍ମକର୍ତ୍ତା ଭାବେ ସଭାପତି ରାଜକିଶୋର ମଣ୍ଡଳ, ଉପସଭାପତି ବୁଣା ବନ୍ଧୁ ମାଢ଼ି, ସମ୍ପାଦକ ଅମିତ ମଣ୍ଡଳ, ଉପସମ୍ପାଦକ ସୁବ୍ରତ ପରାମାଣିକ, କୋଷାଧ୍ୟକ୍ଷ ସଦନ ଚୌକିଦାର, ଆଡଭାଇଜର ଦୀପକ ଦତ୍ତ ଏବଂ ଲିଗାଲ ଆଡଭାଇଜର ବିବେକାନନ୍ଦ ଦେବନାଥ ମନୋନୀତ ହୋଇଛନ୍ତି। ସଂଗଠନ ମାଧ୍ୟମରେ ଅଟୋ ଚାଳକମାନଙ୍କ ଅଧିକାର ଓ କଲ୍ୟାଣ ପାଇଁ କାର୍ଯ୍ୟ କରିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଓ ଉତ୍ତମ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande