ବିଜେଡି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାୟ ରଖିଛି: ବିଜେଡି
ଭୁବନେଶ୍ବର, 07 ଅକ୍ଟୋବର (ହି.ସ.)- ଏକ ଦାୟିତ୍ୱବାନ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବିଜୁ ଜନତା ଦଳ ସର୍ବଦା ଓଡ଼ିଶାବାସୀଙ୍କ ସ୍ୱାର୍ଥ, ଅଧିକାର ଓ ହକ୍ ପାଇଁ ଦୃଢ଼ ଭାବେ ଠିଆ ହୋଇଆସିଛି । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଯେତେବେଳେ ପ୍ରଭାବିତ ହୋଇଛି, ସେତେବେଳେ ବିଜେଡି ରାଜ୍ୟର ସ୍ୱାର୍ଥ ପାଇଁ ନିରନ
ବିଜେଡି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାୟ ରଖିଛି: ବିଜେଡି


ଭୁବନେଶ୍ବର, 07 ଅକ୍ଟୋବର (ହି.ସ.)- ଏକ ଦାୟିତ୍ୱବାନ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବିଜୁ ଜନତା ଦଳ ସର୍ବଦା ଓଡ଼ିଶାବାସୀଙ୍କ ସ୍ୱାର୍ଥ, ଅଧିକାର ଓ ହକ୍ ପାଇଁ ଦୃଢ଼ ଭାବେ ଠିଆ ହୋଇଆସିଛି । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଯେତେବେଳେ ପ୍ରଭାବିତ ହୋଇଛି, ସେତେବେଳେ ବିଜେଡି ରାଜ୍ୟର ସ୍ୱାର୍ଥ ପାଇଁ ନିରନ୍ତର ଭାବେ ସ୍ୱର ଉତ୍ତୋଳନ କରିବା ସହ ଲୋକମାନଙ୍କ ପାଇଁ ରାଜରାସ୍ତାରେ ଲଢେଇ କରିଛି । ବିଜେଡି ଆସନ୍ତାକାଲି ଡକାଯାଇଥିବା ବନ୍ଦକୁ ନା ସମର୍ଥନ କରୁଛି, ନା ବିରୋଧ କରୁଛି । ଆମେ ଏକ ସ୍ୱାଧୀନ ଓ ନୀତିନିଷ୍ଠ ଆଭିମୁଖ୍ୟ ବଜାୟ ରଖିଛୁ । ଆମର ଫୋକସ୍ ଓଡ଼ିଶାବାସୀଙ୍କ ଅଧିକାର ଓ ସ୍ୱାର୍ଥ ଉପରେ । ବିଜେପି ଓ କଂଗ୍ରେସ ଉଭୟଙ୍କଠାରୁ ବିଜେଡି ସମଦୂରତା ବଜାୟ ରଖିଛି ଏବଂ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଆଧାର କରି ନିଜର ନିଷ୍ପତ୍ତି ନେଇ ଚାଲିବ । ଏକ ଦାୟିତ୍ୱବାନ ଆଞ୍ଚଳିକ ଦଳ ଭାବେ ବିଜେଡି ଓଡ଼ିଶା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ନିରନ୍ତର ଉଠାଇବ, ରାଜ୍ୟର ସ୍ୱାର୍ଥ ପାଇଁ କ୍ଷତିକାରକ ନୀତିଗୁଡ଼ିକୁ ପ୍ରଶ୍ନ କରିବ ଏବଂ ଲୋକଙ୍କ ସହ ଦୃଢ଼ ଭାବେ ଠିଆ ହୋଇ ନିଜର ସ୍ୱାଧୀନ ରାଜନୈତିକ ପରିଚୟ ଓ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା ବଜାୟ ରଖିବ ।

ଆଜି ଏକ ପ୍ରେସ୍ ବିବୃତ୍ତିରେ ବିଜେଡି ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଏମ୍ଏମଡିଆର ସଂଶୋଧନ ଆଇନ୨୦୨୬କୁ ବିଜେଡି ଦୃଢ଼ ଭାବେ ବିରୋଧ କରିଛି । ଦଳର ମତରେ ଏହି ଆଇନ ଓଡ଼ିଶାର ମାଟି ଉପରେ ଥିବା ଅଧିକାର ଓ ଆର୍ଥିକ ସ୍ୱାର୍ଥକୁ ପ୍ରତିକୂଳ ଭାବେ ପ୍ରଭାବିତ କରୁଛି । ଏହି ଆଇନ ଦ୍ୱାରା ରାଜ୍ୟର ସ୍ୱାର୍ଥ କ୍ଷୁର୍ଣ୍ଣ ବୋଲି ବିଜେଡି ସାରା ରାଜ୍ୟରେ ପ୍ରତିବାଦ ଆୟୋଜନ କରିବା ସହ ଜନମତ ସୃଷ୍ଟି ପାଇଁ ନିରନ୍ତର ଆନେ୍ଦାଳନ କରିଆସିଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ବିଜେଡି ଏକ ରାଜ୍ୟବ୍ୟାପୀ ଆନେ୍ଦାଳନ ଆରମ୍ଭ କରିଥିଲା । ୧,୮୦୦ରୁ ଅଧିକ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ବିରୋଧରେ ଏହି ଆନେ୍ଦାଳନ କରାଯାଇଥିଲା । ଏହି ପ୍ରସଙ୍ଗକୁ ସାରା ଓଡ଼ିଶାରେ ଉଠାଯାଇଥିଲା, କାରଣ ସ୍କୁଲ ଶିକ୍ଷାର ଗୁଣବତ୍ତା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କୌଣସି ପ୍ରକାର ସାଲିସ୍ କରାଯାଇପାରିବ ନାହିଁ ବୋଲି ବିଜେଡି ବାରମ୍ବାର କହିଆସୁଛି ।

ଏସ୍ଆଇଆର୍ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଆୟୋଜିତ ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କାର୍ଯ୍ୟାଳୟ ଅଭିମୁଖେ ରାଲିରେ ବିଜେଡି ରାଜ୍ୟସଭା ସାଂସଦମାନେ ଅଂଶଗ୍ରହଣ କରିଥିଲେ । ଏହି ରାଲିରେ ବିରୋଧୀ ଦଳଗୁଡ଼ିକ ଭୋଟର ତାଲିକାର ଏସ୍ଆଇଆର ପ୍ରକ୍ରିୟାକୁ ନେଇ ନିଜର ଚିନ୍ତା ପ୍ରକାଶ କରିବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ । ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକର ବ୍ୟାପକ ଅଭିଯାନର ଅଂଶ ଭାବେ ଏହି ରାଲି ପ୍ରତିବାଦ ଆୟୋଜିତ ହୋଇଥିଲା । ନାଗରିକମାନଙ୍କ ମତଦାନ ଅଧିକାରର ସୁରକ୍ଷା ପ୍ରସଙ୍ଗରେ ନିଜର ଆଭିମୁଖ୍ୟର ଅଂଶ ଭାବେ ବିଜେଡି ନୂଆଦିଲ୍ଲୀର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande