
କେନ୍ଦୁଝର, ୦୭ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ବୁଧବାର ବିକଶିତ ‘ସେବା ଜ୍ୟୋତି ଯାତ୍ରା’ ସହିତ ‘‘ବିକଶିତ ଭାରତ ସଂକଳ୍ପ ସଭା’’ ଅନୁଷ୍ଠିତ ହୋଇଯାଇଛି।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଆଭାସୀ ମାଧ୍ୟମରେ ଦେଶର ୭୫୦ଟି ଜିଲ୍ଲା ଏବଂ ରାଜ୍ୟ ମୁଖ୍ୟାଳୟରେ ଉପସ୍ଥିତ ସମବେତ ଜନତାଙ୍କୁ ସିଧାସଳଖ ସମ୍ବୋଧିତ କରିଥିଲେ । ସେହିପରି କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ସେବା ଜ୍ୟୋତି ଯାତ୍ରା ସେବା ଜ୍ୟୋତି ଛକ' (ଚର୍ଚ୍ଚ ଛକ) ନିକଟରୁ ‘ବିକଶିତ ଭାରତ ସଂକଳ୍ପ ପ୍ରତୀକାତ୍ମକ ସ୍ଥାପନା କରାଯାଇଥିଲା। ପରେ ଏହି ସେବା ଜ୍ୟୋତି ଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଗାନ୍ଧୀ ଛକ ଦେଇ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପଡିଆରେ ପହଂଚିଥିଲା। ସେଠାରେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦେଶ୍ୟରେ ଉଦବୋଧନ ଦେବା ସହିତ ଏହି ଭାରତକୁ ସର୍ବଶ୍ରେଷ୍ଠ କରିବାପାଇଁ ଆମେ କରିବା ଉଇ ଉଇଲ୍' କହି ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଥିଲେ। ସେହିପରି ରାଷ୍ଟ୍ରୀୟ ସଭାପତି ନୀତିନ୍ ନବୀନ୍ ମଧ୍ୟ ଅଭିଭାଷଣ ମାଧ୍ୟମରେ ଦେଶର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ରେ କିଭଳି ଦେଶର ବିକାଶ ହଉଛି ତାହାଉପରେ ଆଲୋକପାତ କରିଥିଲେ। ଏହି ମଂଚରେ ମଂଚାସିନ ଅତିଥି ଏବଂ ସମବେତ ହଜାର ହଜାର ଜନତାଙ୍କୁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରବକ୍ତା ବିରଂଚି ନାରାୟଣ ତ୍ରିପାଠୀ ବିକଶିତ ଭାରତ ୨୦୪୭' ପାଇଁ ସାମୂହିକ ସଂକଳ୍ପ ପାଠ କରାଇଥିଲେ। ପରମ୍ଭରେ ସାମୂହିକ ସମ୍ପୂର୍ଣ ବନ୍ଦେ ମାତରମ୍' ଗାନ କରାଯାଇଥିଲା।ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମ ରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ,ତେଲକୋଇ ବିଧାୟକ ଡା. ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ,କେନ୍ଦୁଝରଗଡ଼ ପୌରପାଳିକା ଅଧକ୍ଷା ଶ୍ରୀମତୀ ନିକୁ ସାହୁ,ଏସ୍ ଡିସି ଚେୟାରମ୍ୟାନ ମମିତା ନାଏକ, ରାଜ୍ୟ ସମ୍ପାଦିକା ମମତା ସିଂହ ମଂଚାସିନ ହୋଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଏବଂ ଯଶସ୍ୱୀନି ବଳ ମଂଚ ପରିଚାଳନା କରିଥିଲେ। ଏସ୍ ଡିସି ଭାଇସ ଚେୟାରମ୍ୟାନ ମାନସ କୁମାର ନାଏକ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସାବିତ୍ରୀ ବିଶ୍ୱାଳ, ଆନନ୍ଦପୁର ବିଧାନସଭା ନେତା ଆଲୋକ ସେଠୀ, ଘସିପୁରା ବିଧାନସଭା ନେତା ଡା. ଶମ୍ଭୁନାଥ ରାଉତ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ,ଜିଲ୍ଲା ଉପସଭାପତି ବିବେକାନନ୍ଦ ମହାନ୍ତ, ସୁଦର୍ଶନ ମହାନ୍ତ,ସିଦ୍ଧାର୍ଥ ସିଂହ,ଜିଲ୍ଲା ସମ୍ପାଦକ ବିଶ୍ୱଜିତ ତ୍ରିପାଠୀ, ଦୁଷ୍ମନ୍ତ ମହାନ୍ତ, ଦୀପକ ଜେନା,ରଶ୍ମିତା ପାଣିଗ୍ରାହୀ,ଅଶୋକ ବେହେରା,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଚପଳା ମହାକୁଡ଼, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସୁନୀଲ ମହାନ୍ତ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରୁଦ୍ରପ୍ରସାଦ ବେହେରା, ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରବୀର କୁମାର ନାଏକ,ଦିଲ୍ଲୀପ କୁମାର ପଣ୍ଡା, କିରଣବାଳା ନାୟକ,ଚନ୍ଦ୍ରଗୁପ୍ତ ପ୍ରସାଦ, ନୀଳମଣି ମହାନ୍ତ ତଥା ଅନ୍ୟ ଜିଲ୍ଲା, ରାଜ୍ୟ ତଥା ମଣ୍ଡଳ ସଭାପତି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA