
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନସେବାର ୨୫ ବର୍ଷ ପୂର୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଜନସେବାରୁ ରାଷ୍ଟ୍ରସେବା’ର ସଂକଳ୍ପ ସହ ‘ବିକଶିତ ଭାରତ ଆଟ୍ ୨୦୪୭’ ନିର୍ମାଣ ପାଇଁ ଶକ୍ତି, ପ୍ରତିଭା ଓ ସଂକଳ୍ପକୁ ଉତ୍ସର୍ଗ କରିବାକୁ ପ୍ରତିଜ୍ଞା ନେଇଛନ୍ତି। ଜ୍ଞାନ, ନବସୃଜନ ଓ ପ୍ରଯୁକ୍ତିର ଶକ୍ତିକୁ ଆପଣାଇ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବା, ଯୁବଶକ୍ତିର ସାମର୍ଥ୍ୟକୁ ରାଷ୍ଟ୍ର ନିର୍ମାଣରେ ବିନିଯୋଗ କରିବା ଏବଂ ନିଷ୍ଠା, ସମର୍ପଣ ଓ ସେବା ମନୋଭାବ ସହ ନିଜ କର୍ତବ୍ୟ ପାଳନ କରିବାର ସଂକଳ୍ପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।
୨୦୪୭ ସୁଦ୍ଧା ଏକ ଶକ୍ତିଶାଳୀ, ସମୃଦ୍ଧ ଓ ବିକଶିତ ଭାରତ ଗଠନର ଏହି ଯାତ୍ରାରେ ଜନଭାଗୀଦାରୀ ସହ ଆମେ ସମସ୍ତେ ନିଜର ସର୍ବୋଦତମ ଯୋଗଦାନ ଦେବା ଆବଶ୍ୟକ। ଆମ ସଂକଳ୍ପରୁ ହିଁ ସିଦ୍ଧିର ପଥ ପ୍ରଶସ୍ତ ହେବ। ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଆମର ପ୍ରତ୍ୟେକ ପ୍ରୟାସ ରାଷ୍ଟ୍ର ନିର୍ମାଣରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା