
ଗଂଜାମ, 07 ଅକ୍ଟୋବର (ହି.ସ.) ଵ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଗଣପତି ନଗର ଓ ଦ୍ୱାରିକା ନଗରରେ ଚଢାଉ କରି ୨ଟି ବେଆଇନ ମିଶ୍ରିତ ଖାଦ୍ୟ କାରଖାନା ଧରିଛି। ବାଲାଜୀ ଏଣ୍ଟରପ୍ରାଇଜେସରେ ନକଲି ବାଦାମ, ନଡିଆ, ରାଶି ତେଲ ଓ ସୂର୍ଯ୍ୟା ଫୁଡରେ ନକଲି ଟମାଟୋ ସସ୍, କେଚପ୍, ସୋୟାବିନ, ଚିଲି ସସ୍ ଓ ଭିନେଗାର ଏୱାନ ବ୍ରାଣ୍ଡରେ ବିନା ଏଫଏସଏସଏଆଇ ଲାଇସେନ୍ସରେ ତିଆରି ହେଉଥିଲା। ଚଢାଉରେ ତେଲ ୪୭୯ ଲିଟର ଓ ସସ୍ ୩୬୪୦ ଲିଟର ସହ ବୋତଲ, ଷ୍ଟିକର, ମେସିନ ଜବତ। କେସ ନଂ ୭୫୬ ଓ ୭୫୭/୨୦୨୬ ରୁଜୁ ହୋଇଛି । ୨ ଅଭିଯୁକ୍ତ ଗିରଫ କରି, କୋର୍ଟ ଚାଲାଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ