ବ୍ୟାଙ୍କ ଅଫ୍ ଇଣ୍ଡିଆ ଚମ୍ପୁଆ ଶାଖାରେ ବରିଷ୍ଠ ନାଗରିକଙ୍କ ଠାରୁ ୫୦ ହଜାର ଲୁଟ୍
ଚମ୍ପୁଆ, ୦୭ ଅକ୍ଟୋବର(ହି.ସ.) – ଚମ୍ପୁଆ ସହରସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୫୦ ହଜାର ଟଙ୍କା ପକେଟ୍ମାର୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଶଶାଙ୍ଗ ଗ୍ରାମର ଧନେଶ୍ୱର ମହାକୁଡ଼ ନିଜ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ପ୍ରଦ
ବ୍ୟାଙ୍କ ଅଫ ଇଣ୍ଡିଆ ଚମ୍ପୁଆ ଶାଖା


ଚମ୍ପୁଆ, ୦୭ ଅକ୍ଟୋବର(ହି.ସ.) – ଚମ୍ପୁଆ ସହରସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୫୦ ହଜାର ଟଙ୍କା ପକେଟ୍ମାର୍ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଶଶାଙ୍ଗ ଗ୍ରାମର ଧନେଶ୍ୱର ମହାକୁଡ଼ ନିଜ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ ପାଇଁ ଉକ୍ତ ବ୍ୟାଙ୍କ ଶାଖାରୁ ୫୦ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ଗଣି ସାରିବାପରେ ସେ ତାହାକୁ ନିଜ ପ୍ୟାଂଟ ପକେଟ୍ରେ ରଖି କାଉଂଟର ନିକଟରେ ପାସ୍ ବୁକ୍ ଅପଡେଟ୍ କରୁଥିଲେ। କାମ ସାରିବା ପରେ ଧନେଶ୍ୱର ନିଜ ପକେଟ୍ ଯାଂଚ କରିବାରୁ ଟଙ୍କା ପକେଟ୍ମାର୍ ହୋଇଥିବା ଜାଣିବାକୁ ପାଇଥିଲେ। ସେ ତୁରନ୍ତ ଏ ବାବଦରେ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଅବଗତ କରାଇବା ସହିତ ଚମ୍ପୁଆ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବର୍ତମାନ ସୁଦ୍ଧା ଅଭିଯୁକ୍ତ ପକେଟମାର୍ ସମ୍ପର୍କରେ କୌଣସି ସୁରାକ୍ ମିଳିପାରି ନାହିଁ। ବ୍ୟାଙ୍କ ଭିତର ଚାରିପଟେ ସିସି କ୍ୟାମେରା ଲାଗିଥିଲେ ସୁଦ୍ଧା ଦିନଦ୍ୱିପ୍ରହରରେ ବ୍ୟାଙ୍କ ଭିତରେ ଏଭଳି ଘଟଣା ଘଟିବା ଗ୍ରାହକମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande