
କେନ୍ଦ୍ରାପଡ଼ା, 07 ଅକ୍ଟୋବର (ହି.ସ.) ଆସନ୍ତା ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳିତ, ଅବାଧ, ନିରପେକ୍ଷ, ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି।ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଶାସନିକ ଓ ପୋଲିସ ବ୍ୟବସ୍ଥାକୁ ସୁଦୃଢ଼ କରିବା, ନିର୍ବାଚନ ପ୍ରକ୍ରିୟାର ପ୍ରତ୍ୟେକ ପର୍ୟ୍ୟାୟ ସୁଚାରୁ ଭାବେ ପରିଚାଳନା କରିବା, କଲେଜ ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ସମସ୍ତ ନିର୍ବାଚନ ନିୟମ ଓ ନିର୍ଦ୍ଦେଶାବଳୀର ଅନୁପାଳନ ସୁନିଶ୍ଚିତ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ଜିଲ୍ଲାପାଳ ଶ୍ରୀ ଆୟର କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚେତନା, ନେତୃତ୍ୱ ଦକ୍ଷତା, ଦାୟିତ୍ୱବୋଧ ଓ ସୁସ୍ଥ ପ୍ରତିଯୋଗିତାର ଭାବନା ବିକଶିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ତେଣୁ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା, ନିରପେକ୍ଷତା ଓ ଶୃଙ୍ଖଳା ବଜାୟ ରଖିବା ସମସ୍ତଙ୍କ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଥିଲେ।ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଧାର୍ୟ୍ୟ କାର୍ୟ୍ୟସୂଚୀ ଅନୁଯାୟୀ ୦୭ ଅକ୍ଟୋବର ୨୦୨୬ରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କିତ ସରକାରୀ ବିଜ୍ଞପ୍ତି ପ୍ରକାଶ ଜ୍ଝ୦୯ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ସକାଳ ୧୦ଟାରୁ ଦିନ ୧ଟା ପର୍ୟ୍ୟନ୍ତ ପ୍ରାର୍ଥୀମାନଙ୍କ ଦ୍ୱାରା ନାମାଙ୍କନପତ୍ର ଦାଖଲ କରାଯିବ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ପର୍ୟ୍ୟନ୍ତ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ସନ୍ଧ୍ୟା ୫ଟାରେ ବୈଧ ନାମାଙ୍କନ ତାଲିକା ପ୍ରକାଶ କରାଯିବ।୧୦ ଅକ୍ଟୋବର ୨୦୨୬, ଶନିବାର ଦିନ ସକାଳ ୧୦ଟାରୁ ଦିନ ୧ଟା ପର୍ୟ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ସେହିଦିନ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କ ମତାମତ ଓ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଉଦ୍ଦେଶ୍ୟ ସମ୍ପର୍କରେ “ଡଷଚ୍ଚ ଓ ଝଗ୍ଧବଦ୍ଭୟ ୠକ୍ଟକ୍ସ” କାର୍ୟ୍ୟକ୍ରମ ୧୪ ରେ ଅନୁଷ୍ଠିତ ହେବ।ନିର୍ବାଚନର ମୁଖ୍ୟ ପର୍ୟ୍ୟାୟ ଭାବେ ୧୫ ଅକ୍ଟୋବର ୨୦୨୬, ଗୁରୁବାର ଦିନ ସକାଳ ୮ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଭୋଟଗ୍ରହଣ ହେବ। ଭୋଟଗ୍ରହଣ ଶେଷ ହେବା ପରେ ସେହିଦିନ ଅପରାହ୍ନ ୨ଟାରୁ ଭୋଟ ଗଣତି ଆରମ୍ଭ କରାଯିବ।ଭୋଟ ଗଣତି ପ୍ରକ୍ରିୟା ଗଣତି ସମାପ୍ତ ହେବା ଏବଂ ଫଳାଫଳ ଘୋଷଣା ପର୍ୟ୍ୟନ୍ତ ଜାରି ରହିବ। ନିର୍ବାଚନ ଫଳାଫଳ ପରେ ୧୬ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ସକାଳ ୧୧ଟାରେ ଶପଥ ଗ୍ରହଣ ସମାରୋହ ଓ ସଂରକ୍ଷିତ ଦିବସ ଅନୁଷ୍ଠିତ ହେବ।ବୈଠକରେ ନିର୍ବାଚନ ସମୟରେ କଲେଜ ପରିସରରେ ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁସ୍ଥ ଓ ନିରାପଦ ପରିବେଶ ସୁନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ନିର୍ବାଚନ ସମୟରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବା, ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖିବା ଏବଂ ଆବଶ୍ୟକତା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରିବା ନେଇ ଆଲୋଚନା କରାଯାଇଥିଲା।କଲେଜ କର୍ତ୍ତୃପକ୍ଷମାନେ ନିର୍ବାଚନ ସମ୍ପର୍କିତ ସମସ୍ତ ନିୟମ, ନିର୍ଦ୍ଦେଶାବଳୀ ଓ ଧାର୍ୟ୍ୟ ସମୟସୀମାକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ନିର୍ବାଚନ ପ୍ରକ୍ରିୟାର ପ୍ରତ୍ୟେକ ପର୍ୟ୍ୟାୟରେ ପୋଲିସ ଓ ପ୍ରଶାସନ ସହ ସମନ୍ୱୟ ରଖିବାକୁ କୁହାଯାଇଥିଲା।ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିଜ ନିଜ ଦାୟିତ୍ୱ ସଠିକ୍ ଭାବେ ସମ୍ପାଦନ କରିବା ସହ ନିର୍ବାଚନ ପ୍ରକ୍ରିୟାରେ ପାରଦର୍ଶିତା ଓ ନିରପେକ୍ଷତା ରକ୍ଷା ପାଇଁ ପରସ୍ପର ମଧ୍ୟରେ ନିରନ୍ତର ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଏସ୍ପି ସୁଧାକର ସାହୁ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼ଙ୍କ ସମେତ ଜିଲ୍ଲାର ସମସ୍ତ ଆଇଆଇସି, ତହସିଲଦାର ଏବଂ ବିଭିନ୍ନ କଲେଜର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି