
ବଲାଙ୍ଗୀର, ୦୭ ଅକ୍ଟୋବର(ହି.ସ.) – ସିଆର୍ସି, ବଲାଙ୍ଗୀର ଅନୁଷ୍ଠାନ ପକ୍ଷୁର ବିଶ୍ୱ ଶ୍ରେବ୍ରାଲ ପାଲ୍ସି ଦିବସ ଆଜି ସ୍ଥାନୀୟ ଆୟୁର୍ବେଦିକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସରକାରୀ ଅୟୁର୍ବେଦିକ ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼. ଶିମାଦ୍ରି ଭୂଷଣ ନାୟକ ଓ ସମ୍ମାନିତ ଅତିଥି ଭାବେ ସହକାରୀ ପ୍ରଫେସର ଡ. ଅମ୍ବୁଜ କୁମାର ବିଶ୍ୱାଳ, ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଶିଶୁରୋଗ ବିଭାଗର ଡ଼. ସୁରଜିତ ନାୟକ, ସିଆର୍ସି ନିର୍ଦ୍ଦେଶକ ଶ୍ରୀ ଗୁରବକ୍ଷ ଚାନ୍ଦ ଜଗୋଟା, ଫିଜିଓଥେରାପି ବିଭାଗର ଅଧ୍ୟାପକ ଶ୍ରୀ ବିଶ୍ୱଜିତ କାନୁନଗୋ ଓ ପିଏମ୍ଡ଼ିକେର ସୁରେନ୍ଦ୍ର ଭୋଇ ପ୍ରମୁଖ ମଂଚାସିନ ଥିଲେ। ସେରେବ୍ରାଲ ପାଲ୍ସିର ପ୍ରାରମ୍ଭିକ ଚିହ୍ନଟ, ଶ୍ରୀଘ୍ର ହସ୍ତକ୍ଷେପ, ଫିଜିଓଥେରାପି, ଅକ୍ୟୁପେସନାଲ ଥେରାପି, ସ୍ୱତନ୍ତ୍ର ଶିକ୍ଷା, ପରିବାର ଓ କେୟାରଗିଭରଙ୍କ ଭୂମିକା ଏବଂ ସମନ୍ୱିତ ପୁନର୍ବାସ ସେବା ସମ୍ପର୍କରେ ଅତିଥିମାନେ ସଚେତନତା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରଞ୍ଜିତା ପଣ୍ଡା, ଅକ୍ୟୁପେସନାଲ ଥେରାପିଷ୍ଟ, ସିଡ଼ିଇଆସି। ସିଆର୍ସିର ସୁଧାତ୍ମିକା ମହାନ୍ତି, ଶତାବ୍ଦି ଜେନା ସାମନ୍ତ, ଲିପନ ଜାଲ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ, ଶିଶୁମାନଙ୍କର ଅଭିଭାବକ ଓ ଜନସାଧାରଣ ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ