
କୋରାଇ, ୦୭ ଅକ୍ଟୋବର(ହି.ସ.) – ଆଜି ଭାରତ ବନ୍ଦ ପାଇଁ ପାଣିକୋଇଲି ଠାରେ ସନ୍ଧ଼୍ୟାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏମ୍ଏମ୍ଡିଆର୍ ପ୍ରତ୍ୟାହାର, ନିର୍ବାଚନ କମିଶନ ଜ୍ଞାନେନ୍ଦ୍ର କୁମାରଙ୍କ ଇସ୍ତଫା, ବହି ତ୍ରୁଟିରେ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଆଦି ଦାବି ନେଇ ଭାରତ ବନ୍ଦକୁ ସଫଳ କରିବା ପାଇଁ ପାଣିକୋଇଲି ବଜାରରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯିବା ପରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ସିପିଏମ୍ ଜିଲ୍ଲା ସମ୍ପାଦକ ଡାକ୍ତର ନିର୍ମଳ ରଥ, ବ୍ଲକ କଂଗ୍ରେସ ସଭାପତି ହରେକୃଷ୍ଣ ସାହୁ, ମଧୁ ସୂଦନ ସାହୁ, ଗଣେଷ ସାହୁ, ରବିନାରାୟଣ ସାହୁ, ମାଧବ କୁଣ୍ଡୁ. ଉମାକାନ୍ତ ବେହେରା, ସୁରେଶ ସାହୁ, ସୁବ୍ରତ ଜେନା ପ୍ରମୁଖ କେନ୍ଦ୍ର ସରକାରଙ୍କ ନିତୀ ବିରୁଦ୍ଧରେ ବକ୍ତବ୍ୟ ରଖିବା ସହିତ ଭାରତ ବନ୍ଦକୁ ସମର୍ଥନ କରିବାକୁ ସହଯୋଗ ଲୋଡିଥିଲେ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଜାରି ରହିବ ବୋଲି ସୂଚନା ଦେଇଥିଲେ । ବ୍ୟବସାୟୀ ଓ ସାଧାରଣ ଜନତା ଏହାକୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ ।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି