
ବଲାଙ୍ଗୀର, ୦୭ ଅକ୍ଟୋବର(ହି.ସ.) – ସକାଳ ୧୧ଟା ସମୟରେ ରାଧାଶ୍ୟାମ ଆଂଚଳିକ ମାଧ୍ୟମିକ ବିଦ୍ୟାଳୟ, ବିଲେଇ ସର୍ଡ଼ା ଗ୍ରାମରେ ଜଗନ୍ନାଥଙ୍କୁ ନେଇ ତଥା କିମ୍ବଦନ୍ତୀରେ ଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସଭାପତି ଥିଲେ କଲେଜର ଅଧ୍ୟକ୍ଷ ଶ୍ରୀ ପୁରୁଷୋତମ ଭଂଜ। ସମ୍ମାନୀତ ଅତିଥି ଭାବରେ ଡକ୍ଟର ଭବାନୀ ଶଙ୍କର ପଟେଲ ସଭାପତି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଯୋଗ ଦେଇଥିଲେ ଓ ଜଗନ୍ନାଥଙ୍କ ଭକ୍ତ ଓ ଭଗବାନଙ୍କ ସହ ସମ୍ପର୍କକୁ ଆଲୋକପାତ କରିଥିଲେ। ଶ୍ରୀ ବଳିଷ୍ଠ ପ୍ରଧାନ ସାଲବେଗ, ରଘୁ ଅରଖିତ, ବଂଧୁ ମହାନ୍ତି, ଜୟଦେବ ଉପରେ ଅତି ସୁନ୍ଦର ବକ୍ତବ୍ୟ ରଖିଥିଲେ। ମଂଚ ପରିଚାଳକ ଥିଲେ ଶିକ୍ଷା ବିଭାଗ ଅଧ୍ୟାପକ ଶ୍ରୀ ନୀଳାଚଳ ତ୍ରିପାଠୀ, ପ୍ରଥମେ ଜଗନ୍ନାଥଙ୍କ ଫଟୋଚିତ୍ର ଉପରେ ଦୀପ ପ୍ରଜ୍ୱଳନ କରିଥିଲେ ଡକ୍ଟର ଭବାନୀ ଶଙ୍କର ପଟେଲ। ଦୀପ ମନ୍ତ୍ର ଉଚ୍ଚାରଣ କରିଥିଲେ କନିଷ୍ଠ ପ୍ରଧାନ। ଅତିଥି ପରିଚୟ କରିବା ସହ ଦିନର ଉଦ୍ଦେଶ୍ୟ ପ୍ରଦାନ ଅଧ୍ୟାପକ ତ୍ରିପାଠୀ କରିଥିଲେ। ଏକ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ ଛାତ୍ରୀ ସ୍ନେହା କଲେଟ। ଏକ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ ଅଧ୍ୟାପକ ବୈବସ୍ୱତ ବିଶ୍ୱାଲ। ସଭାପତିଙ୍କ ଅଭିଭାଷଣ ପରେ ଶ୍ରୀ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ଓ ସଭାପତିଙ୍କ ଆଦେଶ କ୍ରମେ ଦୀର୍ଘ ଦୁଇ ଘଂଟା ପରେ ସଭା ସାଙ୍ଗ ହୋଇଥିଲା। ଛାତ୍ର ଛାତ୍ରୀମାନେ ଅତି ଶୃଙ୍ଖଳିତ ଭାବେ ସଭାକୁ ଉପଭୋଗ କରୁଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ